ଦଣ୍ଡସେନା ପରିବାରର ସାମୁହିକ ନୂଆଖାଇ ପରବ ପାଳିତ…

ନୂଆପଡା (ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ  ନେହେନା ଦଣ୍ଡସେନା ପରିବାରର ଏକ ହଜାରରୁ ଅଧିକ ସଦସ୍ୟ ଗୋଟିଏ ସ୍ଥାନରେ ଭାଇଚାରାର ପର୍ବ ନୂଆଖାଇ  ପାଳନ କରିଥିଲେ । ପଶ୍ଚିମ ଓଡିଶାର ଏହା ଏକ ମୂଖ୍ୟ ପର୍ବ ଓ କୃଷିଭିତ୍ତିକ ପର୍ବ ଅଟେ । ଏହି ଦଣ୍ଡସେନା ପରିବାର  ସମ୍ପୂର୍ଣ୍ଣ କୃଷି କାର୍ଯ୍ୟ ଉପରେ ନିର୍ଭର  କରୁଥିବା ବେଳେ କୃଷି ଭିତ୍ତିକ ପର୍ବ ନୂଆଖାଇକୁ ମହାସମାରୋହରେ ପାଳନ କରିଛନ୍ତି । ନେହେନା ଦଣ୍ଡସେନା  ପରିବାର ଗୋଟିଏ ବିଶାଳ ପରିବାର ହୋଇଥିବା ବେଳେ ଏହାର ଏକ  ହଜାରରୁ ଅଧିକ ସଦସ୍ୟ ଦୀର୍ଘ ବର୍ଷ ଧରି ଏକତ୍ର ନୂଆଖାଇ ପର୍ବ ପାଳନ କରି ଆସୁଛନ୍ତି । ଚଳିତ ୨୦୨୪ ମସିହାରେ ପରିବାରର ସମସ୍ତ ସଦସ୍ୟ ଗୋଟିଏ ସ୍ଥାନରେ ନୂଆଖାଇ ପର୍ବ ପାଳନ କରି ଏକତାର ଓ ଭାଇ ଚାରାର ନିଦର୍ଶନ କରିଛନ୍ତି । ଏହି ପରିବାରର ବିଶେଷତ୍ଵ ହେଲା ସମସ୍ତେ ଭାଇଚାରା ସୃଷ୍ଟି କରି  ଏକତା ସୂତ୍ରରେ ବାନ୍ଧିବା । ପ୍ରଥମେ ପରିବାରର ଇଷ୍ଟ ଦେବୀ ମା ମଙ୍ଗଳାଙ୍କୁ ନୂଆ ଅର୍ପଣ କରିବା ପରେ ସମସ୍ତ ଦେବା ଦେବୀଙ୍କୁ ନୂଆ ଅର୍ପଣ କରି ନୂଆଖାଇ ଥିଲେ । ନୂଆଖାଇ ସାରିବା ପରେ ନୂଆଖାଇ ଭେଟ କାର୍ଯ୍ୟକ୍ରମରେ ଜ୍ୟେଷ୍ଠମାନଙ୍କୁ ନୂଆଖାଇ ଜୁହାର କରି ଆଶୀର୍ବାଦ ନେଇଥିଲେ l ଏହି ଦଣ୍ଡସେନା ପରିବାର ଗୋଟିଏ ବିଶାଳ ପରିବାର ହୋଇଥିବା ବେଳେ ପରିବାରର ଅନେକ ସଦସ୍ୟ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ନୂଆଖାଇରେ ସାମିଲ ହୋଇଥିଲେ । ନୂଆଖାଇ ପ୍ରସ୍ତୁତିରେ ଯୁବ ଗୋଷ୍ଠି ପ୍ରମୁଖ ଭୂମିକା ନିଭାଉ ଥୂବାବେଳେ ବରିଷ୍ଠମାନେ କଣ କରାଯିବ ସେନେଇ ଦିଗଦର୍ଶନ ଦିଅନ୍ତି । ଚଳିତ ବର୍ଷ ନୂଆଖାଇରେ ଦିନ  ଛାତ୍ରଛାତ୍ରୀ ଓ ମହିଳାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା ଓ ରାତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ କେବଳ ପରିବାରର ସଦସ୍ୟମାନେ ଭାଗ ନେଇଥିଲେ । ନୂଆଖାଇକୁ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ଅଶୋକ ଦଣ୍ଡସେନା, ବିରେନ୍ଦ୍ର ଦଣ୍ଡସେନା, ସାରଙ୍ଗ ପାଣି, ରାଜୁ, ଯୁଗଲ, ଆଶୁତୋଷ, ବିଶ୍ବ ରଞ୍ଜନ, ସଞ୍ଜୀବ, ଘେନୁରାମ, ନବୀନ, ବିଶ୍ବବନ୍ଧୁ, ଶ୍ୟାମ ସୁନ୍ଦର, ସଞ୍ଜୀବ, ପିଙ୍କୁ, କୁନାଲ ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।