ଘୁ.ଉଦୟଗିରିରେ ସରକାରୀ ଓ ବେସରକାରୀ ଟେଲିକମ୍ ସଂସ୍ଥାର କର୍ମଚାରୀଙ୍କ ମଧୁଚନ୍ଦ୍ରିକା: ଜିଓ ୫ଜି ଓ ବିଏସଏନଏଲ ୪ଜି ସେବା ପାଇବାରୁ ବଞ୍ଚିତ ଗ୍ରାହକ…
-ବହୁ ଅଂଚଳରେ ଘର ଭିତରରେ ସମ୍ଭବ ହେଉନି କଲ, ଆସୁନି ନେଟ l
-ଗ୍ରାହକଙ୍କ ସଂଖ୍ୟା ବଢୁଥିବାବେଳେ ବସୁନାହି ଟାୱାର l

– ବିଏସ୍ଏନଏଲ୍ ୪ଜି ସେବା ଫେଲ୍ ମାରିଥିବା ବେଳେ ଜିଓ ୫ଜି ସେବା ବଦଳରେ ୨ଜୀ ସ୍ପିଡରେ ନେଟ ସେବା ଚାଲିଥିବା ଗ୍ରାହକଙ୍କ ଅଭିଯୋଗ l
ଅନୁସନ୍ଧାନ ଭାରତ(ବ୍ୟୁର): ଦୈନନ୍ଦିନ ଜୀବନରେ ମୋବାଇଲ ସେବା ଗୁରୁତ୍ବପୂର୍ଣ୍ଣ ହୋଇ ପଡ଼ିଛି l ହେଲେ ବିନା ମୋବାଇଲ ନେଟୱାର୍କ ସେବାରେ ପ୍ରଭାବିତ ହେଉଛି ଜୀବନଯାତ୍ରା । କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଏକ ପ୍ରମୁଖ ସହର l କିନ୍ତୁ ଆଜି ପର୍ଯ୍ୟନ୍ତ ଉତ୍ତମ ମୋବାଇଲ ସେବା ପାଇବାକୁ ବଞ୍ଚିତ ସହର ବାସୀ । ବିଏସଏନଏଲ ହେଉ କିମ୍ବା ଜିଓ ସହରରେ ଉତ୍ତମ ସେବା ଯୋଗାଇ ବାରେ ବିଫଳ ହୋଇ ଥିବା କହିଛନ୍ତି ଗ୍ରାହକ । ଦିନକୁ ଦିନ ମୋବାଇଲ ସେବା ମହଙ୍ଗା ହେବାକୁ ଲାଗିଥିଲେ ମଧ୍ୟ ସେହି ତୁଳନାରେ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି ଉଭୟ ସରକାରୀ ଏବଂ ଘରୋଇ ମୋବାଇଲ ନେଟୱର୍କ ଯୋଗାଣକାରୀ ସଂସ୍ଥା । କିଛି ବର୍ଷ ପୂର୍ବରୁ ଟେଲିକମ୍ ସଂସ୍ଥା ଗୁଡିକ ଗ୍ରାହକଙ୍କୁ ଲୋଭନୀୟ ଅଫର ଦେଇ ନିଜ ସପକ୍ଷରେ ଆକର୍ଷଣ କରିଥିଲେ l ଗ୍ରାହକ ଏହି ଅଫର ଦେଖି ନିଜର ସେବା ପ୍ରଦାନ କାରୀ ସଂସ୍ଥା ପରିବର୍ତ୍ତନ କରିଥିଲେ l ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଟେକିକମ ସଂସ୍ଥା ୫ଜି ସେବା ଯୋଗାଇବାରେ ବିଫଳ ହୋଇ ଥିବା କହିଛନ୍ତି ଗ୍ରାହକ l ଯାହା ପାଇଁ ଗ୍ରାହକ ରିଚାର୍ଜ ପେକର ଲାଭ ଉଠାଇ ପାରୁନ ଥିବା କହିଛନ୍ତି l ଅନ୍ୟ ପକ୍ଷରେ ଜିଓ ଟେଲିକମ ସଂସ୍ଥାର କର୍ମଚାରୀ ଜିଓ ସୀମ ବ୍ୟବହାରକାରିଙ୍କୁ ଜିଓ ଫାଇବାର ନେଲେ ଉତ୍ତମ ନେଟ ସେବା ପାଇବେ ବୋଲି କହୁଥିବା ଜିଓ ଗ୍ରାହକ କହିଛନ୍ତି l ଜିଓ ସୀମ ବ୍ୟବହାର କାରିଙ୍କ ପାଇଁ ଜିଓ ଫାଇବର ବ୍ୟବହାର ସମ୍ଭବ ପର ହେଉନ ଥିବା କହିଛନ୍ତି l ଜିଓ ମୋବାଇଲ ସାଙ୍ଗରେ ଧରି ବୁଲିବା ସମ୍ଭବପର ଥିବାବେଳେ ଫାଇବାର କେବଳ ଘରେ ଲାଗିବାର ସୁବିଧା ଅଛି l ତେଣୁ ଜଣେ ସାଧାରଣ ଗ୍ରାହକଙ୍କ ପାଇଁ ଜିଓ ସୀମ ବ୍ୟବହାର କରିବା ସୁବିଧା ଜନକ ବୋଲି କହିବା ସହ ଟେଲିକମ୍ ସଂସ୍ଥା ଉତ୍ତମ ନେଟ ଓ କଲିଂ ସେବା ଯୋଗାଇବା ପାଇଁ ଗ୍ରାହକ ଦାବୀ କରିଛନ୍ତି l ଘୁ.ଉଦୟଗିରି ସହରର ୫, ୮, ୧୧, ୧୨,୧୩ନଂ ଓ୍ୱାର୍ଡ ସମେତ ଗୋଲାସାହୀ, ମେଡିକାଲ ଅଂଚଳ, ହାତିବାଲୀ, କନବା ଗେରୀ, କ୍ଲବ ସାହୀ, ବଜାର୍ ମଧ୍ୟରେ ଘର ଭିତରରେ ବିଏସଏନଏଲ ନେଟୱର୍କରେ କଲ କରିବା କିମ୍ବା କଲ ରିସିଭ କରିବା ସମ୍ଭବ ହେଉନଥିବା ବେଳେ ନେଟ୍ ମଧ୍ୟ ଆସୁନି । ସେହିଭଳି ଘରୋଇ ମୋବାଇଲ ନେଟୱର୍କ ଜିଓ ଘର ଭିତରେ କଲ ସମ୍ଭବ ହେଉଥିବା ବେଳେ ନେଟ୍ ଆସୁନି । ଫଳରେ ଦୈନନ୍ଦିନ ଜୀବନରେ ବହୁ ସମସ୍ୟା ଦେଖା ଦେଉଛି । ନେଟ ନଥିବା ଯୋଗୁ ଛାତ୍ରଛାତ୍ରୀ ପାଠ ପଢାରେ ସମସ୍ୟା ହେଉଥିବା ବେଳେ ନେଟ ନଥିବା ଯୋଗୁ ଅନଲାଇନ କାମ କରି ପାରୁ ନାହାଁନ୍ତି ବ୍ୟବସାୟୀ, ସରକାରୀ କର୍ମଚାରୀ ଓ ଛାତ୍ରଛାତ୍ରୀ । ଏହି ସମସମସ୍ୟା ଘୁ.ଉଦୟଗିରିର ଅନେକ ସ୍ଥାନରେ ଦେଖା ଦେଉଥିବା ବେଳେ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ମୋବାଇଲ ସେବାର ଦାମ ବଢିବାକୁ ଲାଗିଥିବା ବେଳେ ସେହି ହିସାବରେ କ୍ୱାଲିଟି ସେବା ପାଇ ପାରୁନାହାନ୍ତି ଉପଭୋକ୍ତା । ଘୁ.ଉଦୟଗିରି ସହରରେ ଯଦି ଏହି ଭଳି ଅବସ୍ଥା ତାହାହେଲେ ଉପାନ୍ତ ଗ୍ରାମାଞ୍ଚଳରେ ଅବସ୍ଥା କେମିତି ଥିବ ତାହା ଅନୁମେୟ । ତେଣୁ ସରକାର ସବୁ ଉପଭୋକ୍ତା ଯେମିତି ଉପଯୁକ୍ତ, ଉତ୍ତମମାନର ସେବା ପାଇପାରିବେ ସେଥି ପ୍ରତି ଦ୍ରୁଷ୍ଟି ଦେବା ସହ ଟାୱାର ସଂଖ୍ୟାକୁ ବୃଦ୍ଧି ପାଇଁ ଦାବୀ ହୋଇଛି । ସୂଚନା ଥାଉକି ବର୍ତ୍ତମାନ ସହରର ହଜାର ହଜାର ଜିଓ ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ବନ୍ଧ ଛକ, ନୁଅସାହୀରେ କେବଳ ଜିଓ, ଟେଲିଫୋନ ଭବନ, ନୁଆ ହଟାପଦା ଠାରେ ବିଏସଏନଏଲ୍ ଟାୱାର ଲାଗିଛି l କିଛି ସମୟ ଜିଓ ନେଟ ସେବା ସ୍ପୀଡ ଚାଲି ଥିବା ବେଳେ ହଠାତ୍ ସ୍ଲୋ ହେଉଛି l ସମଦସା ବିଏସଏନଏଲ୍ ସେବାର ହୋଇ ଥିବା ଗ୍ରାହକ୍ କହିବା ସହ କେଉଁ ଟେଲିକମ୍ ସେବା ଗ୍ରାହକ ବ୍ୟବହାର୍ କରିବେ ଦ୍ବନ୍ଦରେ ଥିବା କହିଛନ୍ତି l ଏହା ସରକାରୀ ଓ ବେସରକାରୀ ଟେଲିକମ୍ ସଂସ୍ଥାର କର୍ମଚାରୀଙ୍କ ମଧୁଚନ୍ଦ୍ରିକା ବୋଲି ମଧ୍ୟ ଗ୍ରାହକ ମତପ୍ରକାଶ କରିଛନ୍ତି l ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ବାସୀ ଦାବୀ କରିଛନ୍ତି l