ଭଞ୍ଜନଗର(ନିଲୁ ବିଷୋୟୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଜଗନ୍ନାଥ ପ୍ରସାଦ ବ୍ଳକ ଅଳସୁ ଗ୍ରାମପଞ୍ଚାୟତ ସମିତି ସଭ୍ୟା ରଶ୍ମିତା ସେଠୀ ବିଜେପିରେ ସାମିଲ ହୋଇଛନ୍ତି । ବିଧାୟକଙ୍କ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇବା ସହ ବାଗଦେବୀ ରୋଡ଼ସ୍ଥିତ ବାସଭବନରେ ସଂଗଠକ ଦୁର୍ଗା ମାଧବ ସାହୁଙ୍କ ନେତୃତ୍ୱରେ ସମିତିସଭ୍ୟା ରଶ୍ମିତା ସେଠୀ, ମଧୁସୂଦନ ପାଣିଗ୍ରାହୀ, ସରୋଜ କୁମାର ନାୟକ, ମନୋଜ କୁମାର ସେଠୀ ପ୍ରମୁଖ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ସମସ୍ତଙ୍କୁ ବିଧାୟକ ଶ୍ରୀ ନାୟକ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଛନ୍ତି । ସମିତିସଭ୍ୟା ଏବଂ ସମର୍ଥକଙ୍କ ଦଳରେ ଯୋଗଦାନ ପରେ ଅଳସୁ ପଞ୍ଚାୟତରେ ଦଳୀୟ ସଂଗଠନ ବୃଦ୍ଧି ପାଇବା ସହ ବିକାଶ କାଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ବୋଲି ବିଧାୟକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।