ଘୁ.ଉଦୟଗିରିରେ ସ୍ୱାମୀ ଶିବାନନ୍ଦଙ୍କ ୧୩୭ ତମ ଜୟନ୍ତୀ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ ଦିବ୍ଯ ଜୀବନ ସଂଘ  ଆନୁକୂଲ୍ୟରେ ସ୍ୱାମୀ ଗୁରୁ ଶିବାନନ୍ଦ ମହାରାଜାଙ୍କ ୧୩୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ଗୁରୁ ପ୍ରେମାନନ୍ଦ ମହାରାଜାଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଦୁକା ପୂଜା, ବିଷ୍ଣୁ ସହସ୍ର ନାମ, ଗୀତା ପଠନ, ଭଜନ କିର୍ତନ, ହନୁମାନ ଚାଳିଶା ସହିତ ପ୍ରବଚନ କାଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଦିବ୍ଯ ଜୀବନ ସଂଘ ତରଫରୁ ଡା ପ୍ରଶନ୍ନ କୁମାର ତ୍ରୀପାଠୀ, ଚତ୍ରୁଭୂଜ ସାହୁ, ଅନ୍ତର୍ଯ୍ୟାମୀ ପ୍ରଧାନ, ଶ୍ରୀରାମ ପଦାର ବିନ୍ଦ ଆଚାର୍ଯ୍ୟ, ପ୍ରମୁଖ ଯୋଗ ଦେଇ ସ୍ୱାମୀ ଶିବାନନ୍ଦଙ୍କ ସ୍ମୁତି ଚାରଣ କରିଥିଲେ । ଅପରାହ୍ନରେ ସ୍ଥାନୀୟ ଦିବ୍ୟ ଜୀବନ ସଂଘ ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗ୍ରେସିଗିଂଆ ସୁକାନାଣ୍ଡା ଚର୍ଚ ଠାରେ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସଭ୍ୟ ଭୀମସେନ ପାତ୍ର, ବିଭୂତି ଆଚାର୍ଯ୍ୟ, ଅଶୋକ ପଟନାୟକ, ଅମରେନ୍ଦ୍ର ସାହୁ, ଦୁର୍ଗା ପ୍ରସାଦ ସାହୁ, ସରୋଜ ପାତ୍ର, ସସ୍ମିତା ସାହୁ, କବିତା ପଟନାୟକ, ମାଜିରା  ପ୍ରଧାନ ପ୍ରମୁଖ ସଭ୍ୟ ସଭ୍ୟା ସହଯୋଗ କରିଥିଲେ ।