ନବୋଦୟ ବିଦ୍ୟାଳୟ ସମିତି ଜାତୀୟ ସ୍ତରୀୟ ହକି ସଙ୍ଗମ ଉଦ୍ଘାଟିତ..

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼l ଅନ୍ତର୍ଗତ ଜିଙ୍କ ନଗର ସ୍ଥିତ ପିଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ ଠାରେ ତିନିଦିନିଆ ଜାତୀୟ ହକି ସଙ୍ଗମ ଆରମ୍ଭ ହୋଇଯାଇଛି l ପ୍ରଥମ ପର୍ଯ୍ୟାୟର ମ୍ୟାଚ୍ ସକାଳ ୭ ଟା ସମୟରେ ଆରମ୍ଭ ହୋଇ ଯାଇଛି l ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଯୋଗୀମାଲ ହକି ଟର୍ବରେ ପ୍ରଥମ ମ୍ୟାଚ୍ ଲକ୍ଷ୍ନୌ ଜୋନ ୨/୦ ପଏଣ୍ଟ ରେ ଚଣ୍ଡୀଗଡ଼ ଜୋନ ଠାରୁ ବିଜୟୀ ହୋଇଥିବା ବେଳେ ଭୋପାଳ ଓ ପାଟଣା ଜୋନ ମ୍ୟାଚ୍ ରେ ଉଭୟ ୧/୧ ପଏଣ୍ଟ ପାଇଛନ୍ତି l ତାପରେ ଠିକ୍ ୧୦ ଟା ସମୟରେ ଜିଙ୍କ ନଗର ନବୋଦୟ ବିଦ୍ୟାଳୟରେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ହକି ତାରକା ଲାଜରୁସ ବାର୍ଲା ସମ୍ମାନୀତ ଅତିଥି ଭାବେ ଡିଏଭି ଅଟୋନମସ କଲେଜର ଅବସର ପ୍ରାପ୍ତ ପ୍ରଫେସର ଶିବ ପ୍ରସାଦ ମିଶ୍ର, ବରଗଡ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଏସକେ ତ୍ରିପାଠୀ, ଆସିଷ୍ଟାଣ୍ଟ କମିଶନର ମୁନି ରମେୟl, ରାଏଗଡ ନବୋଦୟର ଅଧ୍ୟକ୍ଷl ଅନୁରାଧା ଶର୍ମା, ଝାରସୁଗୁଡ଼ା ନବୋଦୟର ଉପାଧ୍ୟକ୍ଷ ନିରଞ୍ଜନ ଦଳାଇ ଉପସ୍ଥିତ ଥିଲେ । ଶ୍ରୀ ବାର୍ଲା ବକ୍ତବ୍ୟରେ ହକିର ଏନ୍ତୁଡ଼ି ଶାଳ ହେଉଛି ସୁନ୍ଦରଗଡ l ଛାତ୍ରଛାତ୍ରୀମାନେ ଭଳ ଭାବରେ ହକି ଖେଳ ତାଲିମ ନେଇ ଆଗାମୀ ଅଲିମ୍ପିକରେ ଭାଗ ନେବା ପାଇଁ ପ୍ରୟାସ ଜାରି ରଖିବା ପାଇଁ କହିଥିଲେ l ଶ୍ରୀ ମିଶ୍ରଙ୍କ ବକ୍ତବ୍ୟ ଅତି ଚିତ୍ତାକର୍ଷକ ଥିଲା l ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ତତ୍ ସଙ୍ଗେ ଏଠିକାର ଆୟୋଜକଙ୍କୁ ପ୍ରଶଂସା କରିଥିଲେ l ଭାରତର ଚଣ୍ଡୀଗଡ଼, ଲକ୍ଷ୍ନୌ, ପାଟନା, ଭୋପାଳ, ଜୟପୁର, ହାଇଦ୍ରାବାଦ, ପୁନେ ଜୋନର ମୋଟ ୨୨୪ ଜଣ ଖେଳାଳୀ ଯୋଗ ଦେବା ସହ ପ୍ରତ୍ୟେକ ଜୋନରୁ ପାଞ୍ଚ ଜଣ ଲେଖାଏଁ ମାର୍ଗରକ୍ଷୀ ଯୋଗ ଦେଇଛନ୍ତି । ବିଦ୍ୟାଳୟର କେପଟେନ ସତ୍ୟମ କୁମାର ମହାନ୍ତ କ୍ରୀଡ଼ାର ଶପଥ ପାଠ କରାଇଥିବା ବେଳେ ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ l ପୁରୀ ନବୋଦୟର ଛାତ୍ରୀଙ୍କ ଓଡ଼ିଶୀ ନୃତ୍ୟ ଓ ସୁନ୍ଦରଗଡ଼ ଛାତ୍ରୀଙ୍କ ଗଣେଶ ବନ୍ଦନା ଏବଂ ବିଭୁ ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା । ମହମ୍ମଦ ରଫି ଓ ରିୟା ଦତ୍ତl ମଞ୍ଚ ପରିଚାଳନା କରିଥିଲେ l ଜିଙ୍କ ନଗର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ତାପସ କୁମାର ଚଟୋପାଧ୍ୟlୟ ସ୍ଵାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଧନଞ୍ଜୟ ସ୍ୱାଇଁ ଧନ୍ୟବାଦ ଦେଇଥିଲେ l ଖେଳ ଶିକ୍ଷକ ପ୍ରସନ୍ନ ଷଣ୍ଢ, ଜୟନ୍ତୀ କୁଜୁର, ବିନୋଦ କୁମାର ବରାଇ , ବି କେ ସାହୁ, ଈଶ୍ୱର ଭୋଇ, ଟି ଏନ୍ ହକ୍କିପ୍, ହିନା, ଉମାରlଣି ଦାସ, ଅରୁଣା ଦାସ, ମିଥିଲେସ କୁମାର, ଚିରଞ୍ଜିତ ଦତ୍ତl ରାଜା ଦତ୍ତl, ସୋନୁ କୁମାର, ସୋନୁ ଶର୍ମା ପ୍ରମୁଖ ସହଯୋଗ କରିଥିଲେ l