ନୂଆପଡାରେ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ….

ନୂଆପଡା(ବିରବଲ ପ୍ରଧାନ): କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସରେ ଆଜି ସାରା ଦେଶରେ ଜାତୀୟ କ୍ରୀଡା ଦିବସ ମହାସମାରୋହରେ ପାଳନ କରାଯାଉଛି l ଏହି ଅବସରରେ କ୍ରୀଡା ବିଭାଗ ନୂଆପଡା ତରଫରୁ ଏକ ଜନସଚେତନତା ରାଲିର ଆୟୋଜନ କରାଯାଇଥିଲା l ସ୍ଥାନୀୟ ନେସନାଲ ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ l ପ୍ରାତଃ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହାନ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ପ୍ରତିଛବିରେ ଅତିରିକ୍ତ ଜିଲ୍ଲପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ଯୋଗୀନ୍ଦ୍ର ମାଝୀ, ଜିଲ୍ଲାକ୍ରୀଡା ଅଧିକାରୀ ଅଜୟ କୁମାର ପଟ୍ଟନାୟକ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏହାପରେ ଏହି ରାଲିକୁ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ରଇତ ସବୁଜ ପତାକା ଦେଖାଇ ଯାତ୍ରା ର ଶୁଭାରମ୍ଭ କରିଥିଲେ l ଭାରତ ମାତା, ମେଜର ଧ୍ୟାନଚାନ୍ଦ ଏବଂ କ୍ରୀଡାର ଉନ୍ନତି ପାଇଁ ଜୟଧ୍ୱନି ଦେଇ ଛାତ୍ରଛାତ୍ରୀ ସହର ପରିକ୍ରମା କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ବିଭୂ ମିଶ୍ର, ନେସନାଲ ହାଇସ୍କୁଲର ଖେଳ ଶିକ୍ଷକ ମହୋନ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ l ଦିବସ ପାଳନ ଉପଲକ୍ଷେ ହକି ଏବଂ ବାଡ଼ମିଣ୍ଟନ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବ ବୋଲି ଆୟୋଜକ ଜିଲ୍ଲାକ୍ରୀଡା ଅଧିକାରୀ ଅଜୟ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି l