ଭବାନୀପାଟଣା ଠାରେ ଜିଲ୍ଲା ପାଳଙ୍କ ଦ୍ୱାରା ନିର୍ମାଣ ଶ୍ରମିକ ସହାୟତା ରାଶି ହିତାଧିକାରୀମାନଙ୍କୁ ବଣ୍ଟନ…..

ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଠାରେ  ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ଅର୍ଥରାଶି ବଣ୍ଟନ କରାଯାଇଛି l ଏହି ସହାୟତା ରାଶି ଗୁଡ଼ିକ ହେଲା ଯଥା ମୃତ୍ଯୁ କାଳୀନ ସହାୟତା ୨୧୬ ଜଣଙ୍କୁ ମୋଟ ୪,୩୦,୦୦,୦୦୦/ଟଙ୍କା, ବିବାହ ସହାୟତା ୧୯୪ ଜଣଙ୍କୁ ମୋଟ ୯୪୫୦୦୦୦/ଟଙ୍କା, ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ୧୮୭  ଜଣଙ୍କୁ ମୋଟ ୯୩୫୦୦୦/ଟଙ୍କା, ଶିକ୍ଷା ସହାୟତା ୫୫ ଜଣଙ୍କୁ ମୋଟ ୪୬୫୨୦୦/ ଟଙ୍କା, ପ୍ରସୂତି କାଳୀନ ସହାୟତା ୧୦ ଜଣଙ୍କୁ ୧୦୦୦୦୦/ଟଙ୍କା ସହିତ ସମୁଦାୟ ୬୬୨ ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ମୋଟ ୫୩୯୫୦୨୦୦/ ଟଙ୍କା ବଣ୍ଟନ କରାଯାଇ ଥିଲା l ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶଙ୍କ ହସ୍ତରୁ ସୂତା ମାଝୀ ଓ ଭାନୁମତି ମାଝୀ ମୃତ୍ୟୁ କାଳୀନ ସୟହତା ବାବଦକୁ ୨୦୦୦୦୦/ଟଙ୍କା, ଶାନ୍ତି ଦୀପ ଓ ବିରଞ୍ଚି ସାହୁଙ୍କୁ ଵିଵାହ ସହାୟତା ୫୦୦୦୦/ଟଙ୍କା, ଟେଭା ମାଝୀ ଓ ଗୀତାଞ୍ଜଲି ମଙ୍ଗରାଜଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ୫୦୦୦ ଟଙ୍କା, କ୍ଷୀର ସାହୁ ଓ ପିର ବତୀ ସାହୁଙ୍କୁ ପ୍ରସୂତି କାଳୀନ ସହାୟତା ୧୦,୦୦୦/ଟଙ୍କା, ତୈଳ ବାଗଙ୍କୁ ୬୦୦୦/ଟଙ୍କା  ଏବଂ ଚନ୍ଦ୍ରକଳା ମଙ୍ଗରାଜଙ୍କୁ ଶିକ୍ଷା ସହାୟତା ୭୦୦୦/ଟଙ୍କା ବିତରଣ କଲେ । ଏଥିରେ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ଓ ସହ ଶ୍ରମ ଅଧିକାରୀ ଜିତମ ମାଝୀ , ସନାତନ ମାଝୀ ଓ ଅମିତ କୁମାର ବେହେରା ଉପସ୍ଥିତ ଥିଲେ ।
କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ କଳାହାଣ୍ଡି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦଲାଲମାନଙ୍କ ନିର୍ଦ୍ଦେଶରେ ଚାଲୁଛି ।
କାହିଁକି ନା ହିତାଧିକାରୀମାନେ ଦଲାଲମାନଙ୍କ ଦ୍ଵାରା ଶିକାର କର୍ମଚାରୀମାନଙ୍କୁ ଟଙ୍କା ଲାଞ୍ଚ ଦେବା ପାଇଁ ରାଜି ହେଉ ନ ଥିବା ହିତାଧିକାରୀମାନେ ପୂର୍ବରୁ ଆବେଦନ କରିଥିଲେ ସୁଦ୍ଧା ସେହି ହିତାଧିକାରୀମାନଙ୍କ ଫାଇଲକୁ ଅପ୍ରୋଭ ନ କରି ଆବେଦନ କରିଥିବା ହିତାଧିକାରୀ ମାନଙ୍କର ଟଙ୍କା ଦଲାଲମାନଙ୍କ ଦ୍ଵାରା ଲାଞ୍ଚ ନେଇ ଜିଲ୍ଲା ଶ୍ରମ ବିଭାଗ କର୍ମଚାରୀମାନେ କାର୍ଯ୍ୟକରି ଆସୁଛନ୍ତି । ଏହି ସଂମ୍ପୃକ୍ତ କର୍ମଚାରୀମାନଙ୍କ ଉପରେ ନୂତନ ଜିଲ୍ଲାପାଳ ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତ?ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।