କନ୍ଧମାଳ ଜିଲ୍ଲା ପାଇଁ କୃତିତ୍ୱ ଅର୍ଜନ କଲେ ଦୁଇ ପ୍ରଶିକ୍ଷକ ଟ୍ରେନର ଓ ଦୁଇ ବ୍ଲାକ ବେଲ୍ଟ …

ଟିକାବାଲି( ସାନୁଜ ବେହେରା): ଗତ 24 ଅଗଷ୍ଟରେ ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ଠାରେ ଆରମ୍ଭ ହୋଇ ଥିବା ପ୍ରଶିକ୍ଷକ ଟ୍ରେନିଂ ଆଉ ବ୍ଲାକ ବେଲ୍ଟ ପରୀକ୍ଷା ଶିବିରରେ 25ରେ ଉଜାପାନୀ ହୋଇଯାଇଛି l ଏହି ପ୍ରଶିକ୍ଷଣ ଶିବିରରେ କନ୍ଧମାଳରୁ ସେନସାଇ ଗୋପାଳ ଚନ୍ଦ୍ର କହଁର ଏବଂ ସେନସାଇ ପ୍ରଭାତ କିଶୋର ସାହୁ ଦୁଇ ପ୍ରଶିକ୍ଷକ ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବା ବେଳେ ବ୍ଲାକ ବେଲ୍ଟ ପରୀକ୍ଷାରେ କନ୍ଧମାଳରୁ ସ୍ୱୟଂମ ମହାପାତ୍ର ଏବଂ ରୁଦ୍ରନାରାୟଣ ପ୍ରଧାନ କୃତିତ୍ୱ ଅର୍ଜନ କରି କନ୍ଧମାଳର ଗର୍ବ ଓ ଗୌରବ ଆଣିଛନ୍ତି l କନ୍ଧମାଳର ଉତ୍କଳ କରାଟେ ସ୍କୁଲ କନ୍ଧମାଳର ପ୍ରତିଷ୍ଠାତା ଏବଂ ଜେନେରାଲ ସେକ୍ରେଟାରୀ ସେନସାଇ ଜୁନେସ ଦିଗାଳଙ୍କ ପ୍ରଚେଷ୍ଟା ଆଜି କନ୍ଧମାଳ ଜିଲ୍ଲା ପାଇଁ କୃତିତ୍ୱ ଆଣିଛି ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି l ଏହି କୃତିତ୍ୱ ପାଇଁ କନ୍ଧମାଳ ବାସୀ କରାଟେ ସ୍କୁଲର ପ୍ରତିଷ୍ଠାତାଙ୍କୁ ଭୁରି ଭୁରି ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇ ଛନ୍ତି l ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ମଧ୍ୟ ଶୁଭେଚ୍ଛା ଜଣାଇ ଛନ୍ତି l