ବାଲିଗୁଡା(ସିବନ୍ତ ଦିଗାଳ ): କନ୍ଧମାଳ ଜିଲ୍ଲା ତୁମ୍ବୁଡ଼ିବନ୍ଦ ବ୍ଲକର ଜଳେଶପଟା ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ୱତି କନ୍ୟା ଆଶ୍ରମ ଠାରେ ଆଜି ସ୍ୱାମୀଜୀଙ୍କ 16 ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ପଞ୍ଚାୟତ ରାଜ, ଗ୍ରାମ୍ୟ ଉନୟନ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ଯୋଗ ଦେଇଥିଲେ l ଏହା ସହ କନ୍ଧମାଳ ସଂସଦ ଓ କନ୍ଧମାଳ ଜିଲାରେ ଭାରତୀୟ ଜନତା ପାର୍ଟିର ବିଧାୟକ ମଧ୍ୟ ଉପସ୍ଥିତି ରହିଥିଲେ । ଜିଲ୍ଲା ପ୍ରଶାସନ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଅତି ଗୁରୁତ୍ୱ ଦେଇଥିଲେ। କାରଣ କିଛି ଦିନ ହବ ସାମାଜିକ ଗଣମାଧ୍ୟମ କନ୍ଧମାଳ ଜିଲ୍ଲାରେ ଦଙ୍ଗା ହେବା ନେଇ ମିଥ୍ୟା ଖବର ପ୍ରସାରଣ ହୋଇଥିଲା । ତେଣୁ କନ୍ଧମାଳ ପୁଲିସ ବହୁତ କଡାକଡି ସୁରକ୍ଷା ବ୍ୟବସ୍ଥା କରିଥିଲା । ନିଜେ କନ୍ଧମାଳ ଏସପି ଗତକାଲି ସ୍ଥିତି ପରଖିଥିଲେ । ଆଜି ମଧ୍ୟ ତୁମ୍ବୁଡ଼ିବନ୍ଦ, ବାଲିଗୁଡା, କୋଟଗଡର ପ୍ରତ୍ୟକ ଛକରେ ଦୁଇରୁ ତିନିଜଣ ପୁଲିସ ମୁତୟନ କରାଯାଇଥିଲା । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ପଞ୍ଚାୟତ ରାଜ, ଗ୍ରାମ୍ୟ ଉନୟନ ପାନୀୟଜଳ ମନ୍ତ୍ରୀ ଜଳେଶପଟା କନ୍ୟା ଆଶ୍ରମରେ ପହଞ୍ଚି ଭଗବାନ ଶ୍ରୀ କୃଷ୍ଣଙ୍କୁ ପୂଜାର୍ଚନା କରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସତିଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏହା ସହ ଅତିଥିମାନେ ମଞ୍ଚ ଉପରେ ବସି ସମସ୍ତଙ୍କୁ ଉଦବୋଧନ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କୁ ତୁମୁଡିବନ୍ଧ ଭାରତୀୟ ଜନତା ପାର୍ଟି ପକ୍ଷରୁ ବହୁ ଆଡମ୍ବର ସହିତ ସ୍ୱାଗତ କରାଯାଇଥିଲା ।ଆଦିବାସୀ ନୃତ୍ୟ ଏବଂ ରାଷ୍ଟ୍ରୀୟ ହିନ୍ଦୁ ସଂଗୀତ ଗାନକରି ଦୁଇ ମନ୍ତ୍ରୀଙ୍କୁ ସ୍ବାଗତଂ କରାଯାଇଥିଲା । ଏହା ସହ ସମସ୍ତ ଅତିଥିଙ୍କୁ ମଞ୍ଚକୁ ସ୍ୱାଗତ କରିବା ପରେ ମନ୍ତ୍ରୀମାନେ ଓ କନ୍ଧମାଳ ସଂସଦ ସୁକାନ୍ତ ପାଣିଗ୍ରାହୀ ନିଜ ନିଜ ଅଭି ଭାଷଣ ରଖିଥିଲେ । ସବୁ କାର୍ଯ୍ୟକ୍ରମ ସରିଲାପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା । ଦୁଇ ମନ୍ତ୍ରୀ ମଧ୍ୟ କନ୍ୟା ଆଶ୍ରମରେ ଭଜନ କରିସାରିଲା ପାରେ ତୁମୁଡିବନ୍ଧ ସୁଭାଷ ଚନ୍ଦ୍ରବଷ କଲେଜ ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ । କନ୍ୟା ଆଶ୍ରମର ମୁଖ୍ୟ ଅଭିଯୋଗ ଥିଲା ଯେ ଏହି ବିଦ୍ୟାଳୟ ବହୁ ବର୍ଷ ଧରି ବେସରକାରୀ ଭାବରେ ରହି ଆସୁଛି l ତେଣୁ ଚଳିତ ବର୍ଷ ଠାରୁ ସରକାରୀ ବିଦ୍ୟାଳୟ ଭାବରେ ଘୋଷଣା କରିବାକୁ ଦାବି ଥିଲେ । ଶିକ୍ଷା ମନ୍ତ୍ରୀ ମଧ୍ୟ ତୁରନ୍ତ ଏହି ଦାବୀପ୍ରତି ନିଷ୍ପତି ନିଆଯିବ ବୋଲି କହିଛନ୍ତି । ସ୍ୱାମୀଜୀଙ୍କ ଦୀର୍ଘ ବର୍ଷ ପରେ ମଧ୍ୟ ଜଳେଶପଟା କନ୍ୟା ଆଶ୍ରମ ଠାରେ ପ୍ରତ୍ୟେକ ବର୍ଷ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ ହେଉଛି l ଏହି ବର୍ଷ ମଧ୍ୟ୍ୟ ବହୁ ଆଡମ୍ବର ସହିତ ଜନ୍ମାଷ୍ଟମୀ ଏବଂ ଶ୍ରଦ୍ଧାଞ୍ଜଳି ଦିବସ ସୁରୁକୁରୁରେ ପାଳନ କରାଯାଇଛି ।