ଡିହପଢ଼ାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସ୍ଥିତ ଡିହପଢ଼ାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ.ପ୍ରଦୀପ କୁମାର ପଟ୍ଟନାୟକ, ସମ୍ପାଦକ ପଦ୍ମନାଭ ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ୭୨ଜଣ ଶିଶୁ ରାଧା କୃଷ୍ଣ ବେଶ ଧାରଣ କରି ବିଦ୍ୟାଳୟରେ ଉପସ୍ଥିତ ଥିଲେ । କୃଷ୍ଣ ବେଶ ଧାରୀ ଶିଶୁମାନଙ୍କୁ ବନ୍ଦାପନା କରାଯାଇ ଦହି ଖୁଆଇ ଦୋଳିରେ ଝୁଲାଇବା ରୀତିନୀତି ସମାପନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସହ ପ୍ରଧାନ ଆଚାର୍ଯ୍ୟ ଉତ୍ତମ କୁମାର ମହାରଣା ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟା ସଙ୍ଗୀତା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।