ସମ୍ବିଧାନ ପ୍ରଣେତା ଡ଼ଃ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତି ଉପରେ ପଥର ମାଡ, ଥାନାରେ ଅଭିଯୋଗ….

ଭବାନୀପାଟଣା(ତୁଳମଣି ନାଗ): ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡ଼ା ଫାଣ୍ଡି ଅଧୀନ ମୁଖିଗୁଡ଼ା ବଷ୍ଟାଣ୍ଡ ଚାରି ଛକ ଠାରେ ଥିବା ବିଶ୍ୱରତ୍ତ୍ନ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼ଃ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉପରେ କେହି ଦୂର୍ଭୂତମାନେ ପଥର ମାଡ଼ ମାରିଥିବା ମୁଖିଗୁଡ଼ା ଫାଣ୍ଡିରେ ଅଭିଯୋଗ କରିଛନ୍ତି ଡ଼ଃ ଆମ୍ବେଦ କର ଜାଗୃତି ମଞ୍ଚ । ସୂଚନା ଯୋଗ୍ୟ ଯେ ମୁଖିଗୁଡ଼ା ଗ୍ରାମ ଚାରି ଛକ ଠାରେ ଅବସ୍ଥାପିତ ଆମ୍ବେଦକରଙ୍କ ପ୍ରତି ମୂର୍ତିକୁ (ରବିବାର) ପଥର ମାରି ଓ ପ୍ରତି ମୂର୍ତିତଳ ମାର୍ବଲର ପଥର ଗୁଡ଼ିକୁ କିଛି ଅଜଣା ଦୁବୃର୍ତ୍ତ ମାନେ ଭଙ୍ଗାରୁଜା କରିଥିବାରୁ (ସୋମବାର)ସକାଳୁ ଅଞ୍ଚଳ ବାସୀ ଆସି ପ୍ରତିମୂର୍ତି ଭଙ୍ଗାରୁଜା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେତେବେଳେ ବାବା ସାହେବଙ୍କର ପ୍ରତିମୂର୍ତ୍ତିରୁ ଦୁବୁର୍ତ୍ତମାନେ ଚଷମା କାଡ଼ି ପାଖରେ ଥିବା ନଳକୁପ ଠାରେ ଫିଙ୍ଗି ଦେଇଥିବାରୁ ଅଂଚଳର ସମସ୍ତ ସର୍ବସାଧାରଣଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଉଛି । ଏନେଇ ଏହାର ଏକ କିତା ନକଲ ଜୟପାଟଣା ଥାନା ଅଧିକାରୀ, କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ, ଧର୍ମଗଡ ଉପ-ଜିଲ୍ଲାପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର, ଲାଞ୍ଜିଗଡ଼ ବିଧାୟକ, କଳାହାଣ୍ଡି ସାଂସଦ, ଓଡ଼ିଶା ବିରୋଧ ଦଳ ନେତା, ଅନୁସୂଚୀତ ଜାତି ଓ ଜନଜାତି ଆୟୋଗ, ଓଡ଼ିଶା ଭୂବନେଶ୍ୱର , ଓଡ଼ିଶା ଅନୁସୂଚିତ ଜାତି ସଂଘ ଅଧ୍ୟକ୍ଷ, ଅନୁସୂଚୀତ ଜାତି ଓ ଜନଜାତି ଓଡ଼ିଶା ସରକାର ମାନ୍ୟବର ମନ୍ତ୍ରୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆ ଯାଉଅଛି  ବୋଲି ପ୍ରକାଶ କରିଛନ୍ତି ଡ଼ଃ ଆମ୍ବେଦ କର ଜାଗୃତି ମଞ୍ଚର କାର୍ଯ୍ୟକର୍ତ୍ତା l ହେଲେ ସଂମ୍ପୃକ୍ତ ଦୃର୍ବୁତ୍ତମାନଙ୍କୁ କେବେ ଧରିବ ପୁଲିସ ଆଉ କେବେ ଡ଼ଃ ଆମ୍ବେଦ କର ଜାଗୃତି ମଞ୍ଚକୁ ନ୍ୟାୟ ମିଳିବ ତାହା ଦେଖିବାକୁ ବାକି ରହିଲା ବୋଲି ଆମ୍ବେଦକର ପ୍ରେମୀ ମତପ୍ରକାଶ କରିଛନ୍ତି ।