ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ହିନ୍ଦୁ ଧର୍ମର ପବିତ୍ର ପର୍ବ ଜନ୍ମାଷ୍ଟମୀ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି ଭାବରେ ପ୍ରତ୍ୟେକ ଗ୍ରାମ, ମନ୍ଦିର, ଅନୁଷ୍ଠାନରେ ସ୍ଵତନ୍ତ୍ର ଭାବରେ ପାଲିତ ହୋଇଥାଏ । ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୁନ୍ଦରଗଡ଼ରେ ମଧ୍ୟ ଜନ୍ମାଷ୍ଟମୀ ପର୍ଵ ପାଳିତ ହୋଇଛି l ଏହି ସମୟରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ନିମନ୍ତ୍ରିତ ଅତିଥି ଭାବେ ସଭାପତି ଗୌରୀ ଶଙ୍କର ପଟେଲ, ସମ୍ପାଦକ ଶ୍ରୀବତ୍ସ କୁମାର ଚୌଧୁରୀ, ସୁଧାଂଶୁ କୁମାର ଚୌଧୁରୀ, ସଭ୍ୟ ମନୋଜ ପୁରୋହିତ ଓ ପ୍ରଧାନ ଆଚାର୍ଯ୍ୟ ସୁନିଲ କୁମାର ପଟେଲଙ୍କ ଉପସ୍ଥିତିରେ ଯଥାବିଧି ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ବନ୍ଦନା, ପୁଷ୍ପାଞ୍ଜଳି କାର୍ଯ୍ୟ ସମ୍ପାଦିତ ହୋଇଥିଲା । କୁନି କୁନି ଛାତ୍ରଛାତ୍ରୀମାନେ ଶ୍ରୀକୃଷ୍ଣ ବେଶରେ ନିଜକୁ ସୁସଜ୍ଜିତ କରି ବିଦ୍ୟାଳୟକୁ ଆସିଥିଲେ l ଯାହାକି କାର୍ଯ୍ୟକ୍ରମର ଏକ ମୁଖ୍ୟ ଆକର୍ଷଣ ଥିଲା l ପିଲାମାନଙ୍କ ମଧ୍ୟରେ ପୌରାଣିକ ଚିନ୍ତା ଧାରାକୁ ଉଦଜୀବିତ କରି ଶ୍ରୀକୃଷ୍ଣଙ୍କ ଆଦର୍ଶରେ ପରମ୍ପରା ସହ ପରିଚିତ କରାଇବା ଏହାର ମୂଖ୍ୟ ଆଭିମୁଖ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଜୀ ଗୁରୁମା ସଫଳ ପରିଚାଳନା କରିବାରେ ସହଯୋଗ କରିଥିଲେ l