ସ୍ପେସିଆଲ ଡ୍ରାଇଭ ଓ ଅବକାରୀ ବିଭାଗର ମିଳିତ ଚଢଉ, ୩୩ ଜଣ ମହୁଲି ମଦ ବେପାରୀ ଗିରଫ….

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଅବକାରୀ କମିଶନର ନରସିଂହ ଭୋଲ ଓ ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ କଡ଼ା ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ହେମଗିରି, ଉଜ୍ଜଳପୁର ଓ ବଡ଼ଗାଁ ଅଞ୍ଚଳର ବିଭିନ୍ନ ମହୁଲି ମଦ ରନ୍ଧା ସ୍ଥାନମାନଙ୍କରେ ଅବକାରୀ ବିଭାଗ ଦ୍ୱାରା ଆତର୍କୀତ ଚଢ଼ାଉ କରାଯାଇଥିଲା । ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚଢ଼ାଉ ସମୟରେ ସାଲେବିରା, ରାଏଡିହି, ଚକୁଳିପଡ଼l, ପିଠାଭୂଇଁ, ଦଳକିଝରନ୍, ବଂଶିଦରହ, ଵିହାଜୋର୍ ଓ କୁଟକୁଟି ନାଳାରୁ ୩୭୦୯ ଲିଟର ଦେଶୀ ରନ୍ଧା ମହୁଲି ମଦ, ୧୫ କ୍ଵିଣ୍ଟାଲ ୮୮୦ କେଜି ମହୁଲ ପୋଚ ସହିତ ୩ ଟି ମଟର ସାଇକେଲ ଜବତ କରିଛନ୍ତି । ଚଢ଼ାଉ ରେ ୫୭ ଗୋଟି ଅବକାରୀ କେସ ମାମଲା ରୁଜୁ ହୋଇଥିବା ବେଳେ ୩୩ ଜଣଙ୍କୁ ଗିରଫ କରାଯାଇଛି l ଏହି ଚଢ଼ାଉ ଦଳରେ ଅବକାରୀ ଅଧିକ୍ଷକ, ସଦର ରେଞ୍ଜର ଅବକାରୀ ନିରୀକ୍ଷକ ଯାଜ୍ଞସେନି ପ୍ରଧାନ ଓ ଜିଲ୍ଲା ଭ୍ରାମ୍ୟମାଣ ବିଭାଗର ରବି ନାରାୟଣ ପ୍ରଧାନଙ୍କ ସହ ଜିଲ୍ଲାର ଉପ-ଅବକାରୀ ନିରୀକ୍ଷକ ଓ ସହ-ଉପ ନିରୀକ୍ଷକଙ୍କ ମିଳିତ ଚଢାଉରେ ସାମିଲ ଥିଲେ । ଜବତ ହୋଇଥିବା ସମସ୍ତ ଜିନିଷର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୨୫ ହଜାର ୮୦୦ ଟଙ୍କା ହେବ ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି l