ବାଇକକୁ ପଛପଟୁ ଧକ୍କା ଦେଲା କାର, ବାଇକ ଚାଳକ ମୃତ୍ୟୁ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ ବାଇପାସ ତାରିଣି ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ । ପ୍ରାପ୍ତ ସୁଚନା ଅନୁସାରେ ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଜପଙ୍ଗା ଗ୍ରାମର ପ୍ରହ୍ଲାଦ ନାଏକ କୌଣସି କାମରେ ସୁନ୍ଦରଗଡ ସହରକୁ ଆସିଥିଲେ । ନିଜ କାମ ସାରି ଦିନ ଗୋଟାଏ ବେଲେ ନିଜ ଗ୍ଲେମର ବାଇକ (OD16A 1267) ଯୋଗେ ରାଜ୍ୟ ରାଜପଥ ୧୦ ଦେଇ ନିଜ ଗ୍ରାମ ଜପଙ୍ଗାକୁ ଫେରୁଥିଲେ । ଠିକ ସେହି ସମୟରେ ପ୍ରହ୍ଲାଦଙ୍କ ବାଇକକୁ ପଛପଟୁ ଏକ କାର (OD16L 4462) ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା l ଫଳରେ ପ୍ରହ୍ଲାଦ ରାସ୍ତା ଉପରେ ଛିଟିକି ପଡିଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକ ସୁନ୍ଦରଗଡ ଟାଉନଥାନାକୁ ଜାଣଇ ଥିଲେ l ଖବର ପାଇ ପୁଲିସ ସେଠାରେ ପହଞ୍ଚି ମୃତକଙ୍କ ଶବ ଜବତ କରିବା ସହ ଘଟଣା ଘଟାଇଥିବା କାରକୁ ଜବତ କରି କାର ଚାଳକକୁ ଅଟକ ରଖିଛି ।