ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ….

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୋଲାମୁଣ୍ଡା ଠାରେ ଆଜି ମହାଆଡମ୍ବରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିଶୁ ଭାଇ ଭଉଣୀ ବିଦ୍ୟାଳୟକୁ ବିଭିନ୍ନ ବେଶଭୂଷାରେ ଯଥା ଶ୍ରୀକୃଷ୍ଣ, ରାଧା, ଯଶୋଦା, ନନ୍ଦ ବାଲକ, ହନୁମାନ ଭଲି ବେଶଭୂଷାରେ ସୁସଜ୍ଜିତ ହୋଇ ମାଁ ବିଣାପାଣିଙ୍କ ବନ୍ଦନା କରି ଖୋଲ ତାଲ ସହ ଗୋଲାମୁଣ୍ଡା ନଗର ପରିକ୍ରମା କରି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନ ଲାଭ କରିଥିଲେ । ପରେ ଗୋଲାମୁଣ୍ଡା ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲାଙ୍କ ଧର୍ମପତ୍ନୀ ଶ୍ରୀମତୀ ମନୀଷା ଅଗ୍ରୱାଲ ସମସ୍ତଙ୍କୁ ବନ୍ଦାପନା କରି ସ୍ଵାଗତ କରିବା ସହିତ ସମସ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଇଥିଲେ । ଶ୍ରୀ ଶ୍ୟାମସୁନ୍ଦର ଅଗ୍ରୱାଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୁରସ୍କାର ସହ ମାନପତ୍ର ଶିଶୁ ମନ୍ଦିର ବିଦ୍ୟାଳୟ ଠାରେ ବିତରଣ କଲେ । ଏହି କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ଅନିଲ କୁମାର ରାଉତ, ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ମୁଣ୍ଡ, କୋଷାଧ୍ୟକ୍ଷ କିଶୋର କୁମାର ନାୟକ, ପ୍ରଧାନ ଆଚାର୍ଯ୍ୟ ବ୍ରହ୍ମା ପ୍ରସାଦ କାଣ୍ଡ, ସମାଜ ସେବୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଅଗ୍ରୱାଲା, ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର୍ ସରକାରି ଆଇ ଟି ଆଇ ଭବାନୀପାଟଣା ସରୋଜ କୁମାର ବେହେରା, ମାନଝରୀ ସରପଞ୍ଚ ଜଗଜିବନ ଅଘ୍ରିଆ, ସନ୍ଦୀପ ଅଗ୍ରୱାଲ, ଦୟା ରଣା, ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଓ ଗୋଲାମୁଣ୍ଡା ଜୟ ଗୁରୁ ଦଲର ସଦସ୍ୟ ଶ୍ରୀଧର ଖମାରୀ, ସତ୍ୟନାରାୟଣ ବିଶି ପ୍ରମୁଖ ଖୋଲ ତାଲ ସହ ନଗର ପରିକ୍ରମାରେ ସହଯୋଗ କରିଥିଲେ ।