କଳାହାଣ୍ଡିରେ ବହୁ ଆଢ଼ମ୍ବରେ ଜନ୍ମ ଅଷ୍ଟମୀ ପାଳିତ….

ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଯୁବ ଯାଦବ ପକ୍ଷରୁ ପ୍ରଭୂ ଶ୍ରୀ କୃଷ୍ଣଙ୍କ ଜନ୍ମ ଅଷ୍ଟମୀ ସମାରୋହ ବହୁ ଆଡ ମ୍ଭରେ ପାଳିତ ହେଉଛି l ଭବାନୀପାଟଣା ଡ.ଆଇ.ଟି ପଡିଆ ଠାରୁ ପ୍ରଭୂ ଶ୍ରୀ କୃଷ୍ଣଙ୍କ ରଥ ସହିତ ପାରମ୍ପାରିକ ନାଚ ଗୀତ ଖୋଲ କୁବୁଜି ବାଜା ଧରି ବାହାରି ସହର ପରିକ୍ରମା କରି ଲାଲ୍ ବାହାଦୁର ଶାସ୍ତ୍ରୀ ଜି ଷ୍ଟାଡିୟମ ଠାରେ ପୂଜାର୍ଚ୍ଚନା ପରେ ଅର୍ଣ୍ଣ ଭୋଗ ବଣ୍ଟା ଯାଇଥିଲା l ଏଥିରେ ମହିଳା ଓ ପୁରୁଷଙ୍କ ସହ ଶତାଧିକ ଲୋକ ସମାଗମ ହୋଇଥିବା ବେଳେ ସେହି ଭୋଳି ଜିଲ୍ଲାର ଜୁନାଗଡ଼, ଧର୍ମଗଡ, ଜୟପାଟଣା, କୋକସରା, ଗୋଲାମୁଣ୍ଡା, ଥୁଆ ମୂଲ ରାମପୁର, ଲାଞ୍ଜିଗଡ଼, ମଦନ ପୁର ରାମପୁର, କର୍ଲାମୁଣ୍ଡା, ନର୍ଲ୍ଲା, କେସିଙ୍ଗା, କଲମପୁର ବ୍ଲୋକରେ ଯାଦବ ସମାଜ ସମେତ ସରକାରୀ ବେ ସରକାରୀ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ମଧ୍ୟ ପ୍ରଭୂ ଶ୍ରୀ କୃଷ୍ଣଙ୍କ ଜନ୍ମ ଅଷ୍ଟମୀ ସମାରୋହ ଆହୁତ ଆଡଢ଼ମ୍ବରେ ପାଳିତ ହେଉଛି।