ଗୁଣପୁର ପ୍ରିମିୟର ଲିଗ୍-୩ର ବୈଠକ ଅନୁଷ୍ଠିତ…

ଗୁଣପୁର(ସୁନିଲ୍ କୁମାର ସାବତ): ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବ ଗୁଣପୁର ପ୍ରିମିୟର ଲିଗ୍-୩ । ଆଇପିଏଲ ଢାଞ୍ଚାରେ ହେବ ଏହି ପ୍ରତିଯୋଗିତା । କିରଣ ପାଣିଗ୍ରାହୀଙ୍କ ଆହ୍ବାନ କ୍ରମେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୧୦ଟି ଟିମ୍‌କୁ ନେଇ ଏହି ଲିଗ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ଏଥ‌ିରେ ୬୦ ଭାଗ ଖେଳାଳି ଜିଲ୍ଲା ଭିତରର ଓ ବାକି ୪୦ ଭାଗ ଜିଲ୍ଲା ବାହାରର ଭାଗ ନେବେ । ସବୁ ଟିମ୍ ଗୁଡିକର ଓନରସିପ୍ ରହିବ। ଚାମ୍ପିଅନ୍ ଟିମକୁ ୬୦ ହଜାର ଏବଂ ରନର୍ସଅପ କୁ ୪୦ ହଜାର ପୁରସ୍କାର ରାଶି ପ୍ରଦାନ କରାଯିବ । ୧୦ ଦିନ ବ୍ୟାପି ଏହି ପ୍ରତିଯୋଗିତା ଚାଲିବ । ଗୁଣପୁର କ୍ରୀଡ଼ା ପରିଷଦର ସମ୍ପାଦକ ସପନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଅତିଥ୍‌ ଭାବେ ବରିଷ୍ଠ ଖେଳାଳି ତଥା ଓକିଲ ସଂଘର ସଭାପତି ଦେବୀ ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ ଉମାଚରଣ ପଟ୍ଟନାୟକ, ଏସ୍ ବାବା ପ୍ରସାଦ, ସାମ୍ବାଦିକ ରଞ୍ଜିତ ପାଢ଼ୀ ଏବଂ ଅନୀଲ ସାହୁକାର ଯୋଗ ଦେଇଥିଲେ । ଏକ ସ୍ଥାୟୀ ପରିଚାଳନା କମିଟି ଆସନ୍ତା ରବିବାର ଗଠନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।