ଭବାନୀପାଟଣା ବ୍ଲକ ସ୍ତରୀୟ ଲକ୍ଷପତି ଦିଦି ସମ୍ମିଳନୀ ଅନୁଷ୍ଠିତ…

ଭବାନୀପାଟଣା(ତୁଳମଣି ନାଗ): କାଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକମ୍ମିଳନୀ ଗୃହ ଠାରେ ବ୍ଲକ ସ୍ତରୀୟ “ପ୍ରଧାନ ମନ୍ତ୍ରୀ ଲକ୍ଷପତି ଦିଦି ସମ୍ମିଳନ” ସମାରୋହ ଅନୁଷ୍ଠିତ ହୋଇଇଛି । ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ମାଳବିକା ଦେବୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ ତନମୟ ଦରୱାନ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ପରିଚାଳକ ଚନ୍ଦନ କୁମାର ବେହେରା, ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ସମେତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ l ଏହା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ କାର୍ଯ୍ୟ କ୍ରମରେ ସ୍ୱାଗତ ସମ୍ଭର୍ଦ୍ଧନା କରିଥିଲେ l ଉକ୍ତ କାର୍ଯ୍ୟ କ୍ରମରେ ଲୋକସଭା ସାଂସଦ ମାଳବିକା ଦେବୀ ମହିଳାମାନଙ୍କୁ ଅଧିକରୁ ଅଧିକ ରୋଜଗାର କ୍ଷମ ହେବା ନିମନ୍ତେ ପ୍ରବର୍ତ୍ତାଇ ଥିଲେ ଏବଂ ଏଥି ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ସେ ସବୁ ବେଳେ ତତ୍ପର ବୋଲି କହିଛନ୍ତି । ଓଡିଶା ଜୀବିକା ମିଶନ ତଥା ବ୍ଲକ ପ୍ରକଳ୍ପ ପରିଚାଳିକା ପଙ୍କଜିନୀ ତାରାସିଆ ମଞ୍ଚରେ ଏହି କାର୍ଯ୍ୟକ୍ରମର ପରିଚାଳନା କରୁଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ କାର୍ଯ୍ୟକ୍ରମରେ ସ୍ୱାଗତ ସମ୍ଭର୍ଦ୍ଧନା କରିଥିବା ବେଳେ ଶ୍ରୀମତୀ ସୋନାଲିଶା ମୁଣ୍ଡ, ବି.ଏ ଲ. ସି ତାଙ୍କୁ ସହଯୋଗ କରିଥିଲେ l ଜଲେଗାଁ ଠାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସିଧା ପ୍ରସାରଣ ସମସ୍ତେ ଦେଖିଥିଲେ l ପରିଶେଷରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ୬୦୯ ଲକ୍ଷ ପତି ଦିଦି ଏବଂ ୧୦୪ ସି. ଆର. ପି.-ସି. ଏମ. ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ଭବାନୀପାଟଣା ଅନ୍ତର୍ଗତ ସମସ୍ତ ଜି.ପି.ଏଲ୍.ଏଫ୍. ର ସଭାନେତ୍ରୀ, ଏମ. ବି. କେ. ସଭା ରେ ଉପସ୍ଥିତ ରହି ଲକ୍ଷ ପତି ଦିଦିଙ୍କୁ ଉତ୍ସାହିତ କରିଥିଲେ ।