କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଅଣଦେଖା ଅଭିଯୋଗ…

କୋକସରା(ତ୍ରିଲୋକ୍ୟ ବେଶ୍ରା): ରାଜ୍ୟ ସରକାରଙ୍କ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବ୍ଲକ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ର ପ୍ରସାର ପ୍ରଚାର କରିବା ପାଇଁ ବ୍ଲକର ସାମ୍ବାଦିକଙ୍କୁ ଜଣାଇବା ପାଇଁ ଗାଇଡ଼ ଲାଇନ ରହିଛି। ହେଲେ କୋକସରା ବ୍ଲକରେ ସରକାରଙ୍କ ଦୂର ପ୍ରସାରି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ କୌଣସି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରା ଯାଉନଥିବା ଅଭିଯୋଗ ହୋଇଛି । ସୂଚନା ମତେ ରବିବାର ରାଜ୍ୟର ସରକାରଙ୍କ ପକ୍ଷରୁ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ପ୍ରତି ବ୍ଲକ ସଦର ମହକୁମା ବ୍ଲକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବେଳେ ଅନୁରୂପ ଭାବେ କୋକସରା ବ୍ଲକରେ ମଧ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ଏହି କାର୍ଯ୍ୟକ୍ରମ ମିଶନ ଶକ୍ତି ବିଭାଗ ଓଏଲଏମ ଦ୍ୱାରା ଆୟୋଜିତ ହୋଇଥିବା ବେଳେ କୋକସରା ବ୍ଲକ ସଭାଗୃହରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ଅନୁପସ୍ଥିତିରେ କାଶିବାହାଲ ସମିତି ସଭ୍ୟ ଗଜାନନ ନିଆଁଲ ଓ ପିଇଓ ବିରଞ୍ଚି ଖର୍ସେଲ ଉପସ୍ଥିତ ରହି ଲକ୍ଷପତି ଦିଦି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ପରାମର୍ଶ ଦେବାସହ ଉପସ୍ଥିତ ମିଶନ ଶକ୍ତି ଅଧିନସ୍ଥ ୩୦୫ ମହିଳା ଲକ୍ଷପତି ଦିଦି କର୍ମଚାରୀଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ବିଏଲସି ସୌମ୍ୟ ରଞ୍ଜନ ପଣ୍ଡା ପରିଚାଳନା କରିଥିବା ବେଳେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସୁରେଶ କୁମାର ରାଉତ ଅନୁପସ୍ଥିତ ଥିବାରୁ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଲକ୍ଷପତି ଦିଦି ଭଳି ସରକାରୀ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଅଣଦେଖା କରିବା କେତେଦୂର ସମାଚୀନ ବୋଳି ସାମ୍ବାଦିକ ମାନେ ପ୍ରଶ୍ନ କରିଛନ୍ତି । ଏନେଇ ଓ ଏଲଏମର ବ୍ଲକ ସଂଯୋଜକ ସୁରେଶ ରାଉତଙ୍କ ପ୍ରତିକ୍ରିୟା ନେବାରୁ କମ ସମୟ ମଧ୍ୟରେ କାର୍ଯ୍ୟକ୍ରମ ଆୟୋଜନ ହୋଇ ଥିଲା ଓ ମୁଁ ଛୁଟିରେ ଥିବା କାରଣରୁ ସାମ୍ବାଦିକଙ୍କୁ ଖବର ଦେବାରେ ଅସୁବିଧା ହୋଇଛି ବୋଲି ସ୍ୱୀକାର କରିଛନ୍ତି ।