ବୌଦ୍ଧ(ଅବବୁ ବକ୍କର ସିଦ୍ଦିକ ଖାନା): ବୁଲିଯାଇ ହଜିଯାଇ ଥିଲେ ରାଧେଶ୍ୟାମ I ଦୀର୍ଘ 27ବର୍ଷ ପରେ ଅଚାନକ ଘରେ ପହଂଚିଥିଲେ I ତାଙ୍କୁ ଦେଖି ପରିବାର ମୁହଁରେ ଖେଳିଯାଇଛି ଖୁସିର ଲହରୀ I ହଜି ଯାଇ ଥିବା ରାଧେଶ୍ୟାମ ଦୀର୍ଘ ୨୭ ବର୍ଷ ପରେ ଘରକୁ ଫେରିଛନ୍ତି । ଯାହା ପାଇଁ ଖୁସିରେ ବିଭୋର ପୁରା ପରିବାର l ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୁଡ଼ଭେଲିପଦର ଗ୍ରାମର ରାଧେଶ୍ୟାମ ମହଲା (୫୦) ୨୭ ବର୍ଷ ପରେ ସେ ଘରକୁ ଫେରିଛନ୍ତି । ତାଙ୍କୁ ଦେଖିବାକୁ ଗାଁରେ ପ୍ରବଳ ଭିଡ଼ ହୋଇଥିବା ବେଳେ ପରିବାର ବର୍ଗଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ରାଧେଶ୍ୟାମ ପରିବାରର ବଡ଼ ପୁଅ ଦିଲୀପ (୨୮)ଙ୍କୁ ଏକ ବର୍ଷ ବୟସ ହୋଇଥିବା ବେଳେ କୌଣସି କାରଣ ବଶତଃ ଘର ଛାଡ଼ି ପଳାଇଥିଲେ । ମୁମ୍ବାଇ, ସୁରାଟ, ଗୁଜୁରାଟରେ ରହିଲା ପରେ ଗତ ୪ ବର୍ଷ ହେଲା ରାୟପୁରରେ ରହି ଆସୁଥିଲେ । ହଠାତ୍ ଗୁରବାର ସନ୍ଧ୍ୟା ୭ଟାରେ ରାଧେଶ୍ୟାମ ଆସି ଗାଁରେ ପହଞ୍ଚି ହିନ୍ଦୀରେ କଥାବାର୍ତ୍ତା କରିଥିଲେ । ଏହି ଖବର ଗାଁରେ ପ୍ରଚାରିତ ହେଲା ପରେ ତାଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା । ରାଧେଶ୍ୟାମକୁ ପାଇ ଖୁସିରେ ବିଭୋର ହୋଇଥିଲେ ପରିବାର l ପରିବାର କହିଲେ ସ୍ତ୍ରୀ, ପୁଅ, ବହୁ ଓ ନାତି ନାତୁଣୀ l