ଜ୍ୟୋତିର୍ବିଦ ପଣ୍ଡିତ ଗୁଣ ସାଗର ପଣ୍ଡା ସ୍ମୁତିରେ ରକ୍ତ ଦାନ ଶିବିର ଅନୁଷ୍ଠିତ, ବାପାଙ୍କ ଶୁଦ୍ଧି କ୍ରିୟାରେ ରକ୍ତ ଦାନ କରି ଉଦାହରଣ ସାଜିଲେ ଚାରି ପୁଅ…

ବୌଦ୍ଧ/ସୁବର୍ଣ୍ଣପୁର(ଆବୁବକ୍କର ସିଦ୍ଧିକି ଖାନ): ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବମରାଜ ଗ୍ରାମର ଜ୍ୟୋତିର୍ବିଦ ପଣ୍ଡିତ ସ୍ଵର୍ଗତ ଗୁଣ ସାଗର ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଆଜି ଏକ ରକ୍ତ ଦାନ ଶିବିର ଆୟୋଜନ, ସାମୂହିକ ଗୀତା ପାଠ , ବିଷ୍ଣୁ ସହସ୍ର ନାମ ପାଠ ସମେତ ସାଧୁ ସେବା ବ୍ରାହ୍ମଣ ସେବା କରାଯାଇଥିଲା l ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସ୍ଵର୍ଗତ ପଣ୍ଡାଙ୍କ ଚାରି ପୁତ୍ର ଓ ଆତ୍ମୀୟ ସ୍ୱଜନ ସମେତ ସମୁଦାୟ 20 ଜଣ ରକ୍ତ ଦାତା ରକ୍ତ ଦାନ କରି ସ୍ୱର୍ଗୀୟ ପଣ୍ଡାଙ୍କୁ ରକ୍ତ ଦାନ ବା ମହତ କାର୍ଯ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ପ୍ରତି କାର୍ଯକ୍ରମରେ ରକ୍ତ ଦାନ ପରି ମହତ୍ ଦାନ କରି ଏ ପରିବାର ତଥା ଜିଲ୍ଲାର ବିଶିଷ୍ଟ ସମାଜ ସେବୀ ମନୋଜ୍ ପଣ୍ଡା ସମାଜକୁ ଏକ ସଚେତନ ବାର୍ତ୍ତା ପହଞ୍ଚାଇଛନ୍ତି l ଲୋକନାଥ ପୁରୋହିତଙ୍କ ଦ୍ଵାରା ଗୀତା ପାଠ ଓ ଶ୍ରୀ ବିଷ୍ଣୁ ସହସ୍ର ନାମ ସାମୁହିକ ପାଠ କରାଯାଇ ଥିଲା । ପଣ୍ଡା ପରିବାର ଶୋକରେ ଥାଇ ସୁଦ୍ଧା ସମାଜ ସକାଶେ ରକ୍ତ ଦାନ ସଚେତନତା ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଥିବାରୁ ଓ ଏକ ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥିବାରୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରା ଯାଇଛି ।