ସି.ଆର୍.ସି.ସି ଜିତେନ୍ଦ୍ର ହଂସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା…

ନୂଆପଡ଼ା(ବିରବଲ ପ୍ରଧାନ): କରଙ୍ଗାମାଲ କ୍ଲଷ୍ଟର ସି ଆର୍ ସି ସି ଜିତେନ୍ଦ୍ର କୁମାର ହଂସଙ୍କ କାର୍ଯ୍ୟକାଳ ଅବଧି ପରିସମାପ୍ତି କାରଣରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଜୟବାହାଲ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଦୁଃଖଦ ଓ କୋହଭରା ମୁହୂର୍ତ୍ତ.ବିଦାୟ କାଳୀନ ମୁହୂର୍ତ୍ତ ଏକ ଯନ୍ତ୍ରଣା ଦାୟକ ଓ ହୃଦୟ ବିଦାରକ l ଏହା ବିଦାୟ ନୁହେଁ ବରଂ ବିଜୟର ସଭା । ଶ୍ରୀ ହଂସ ପାଞ୍ଚ ବର୍ଷ ଧରି କରଙ୍ଗାମାଲ କ୍ଳଷ୍ଟର ସି. ଆର. ସି. ସି ରୂପେ କାର୍ଯ୍ୟଭାର ସମ୍ଭାଳି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ସେ ଏକାଧାରରେ ଜଣେ ସରଳ ଓ ମିଷ୍ଟଭାସି ବ୍ୟକ୍ତି । ତାଙ୍କ କାର୍ଯ୍ୟକଳାପକୁ ଚିର ଦିନ ମନେପକାଇବା ପାଁଇ ଏହି ସଭାର ଆୟୋଜନ କରା ଯାଇଛି l ନୂତନ ସି. ଆର. ସି. ସି ଭାବ ରେ ଅମର ସିଂ ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜୟବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ବାଗ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ରୁଦ୍ରେଶ୍ୱର ମେହେର, ଗୋଷ୍ଠି ଶିକ୍ଷା ଅଧିକାରୀ ବୋଡେ଼ନ ମୁଖ୍ୟ ବକ୍ତା ଅମୁଲ୍ୟ କୁମାର ଦାସ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡେ଼ନ, ସମ୍ମାନିତ ଅତିଥି ନେପାଳ ଚନ୍ଦ୍ର ଦେ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡେ଼ନ, ଜିତେନ୍ଦ୍ର କୁମାର ହଂସ, ସି. ଆର. ସି. ସି. କରଙ୍ଗାମାଲ, ନୂତନ ସି ଆର୍ ସି ସି ଅମର ସିଂ ଭୋଇ ମଞ୍ଚ ପରିଚାଳନା କରିଥିଲେ । କ୍ଲୁଷ୍ଟରର ସହକାରୀ ଶିକ୍ଷକ ବିରେନ୍ଦ୍ର କୁମାର ମୁଣ୍ଡ, ଉଦ୍ଧବ ସଲମା, ଭାଗିରଥି ଶବର, ମୋହନ ଲାଲ ଓରବେଡ଼ିଆ, ନରେନ୍ଦ୍ର ମୁଣ୍ଡ, ମକରଧ୍ଵଜ ଭୋଇଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଗଣ ଉପସ୍ଥିତ ରହି ଶ୍ରୀ ହଂସଙ୍କୁ ବିଦାୟ ସମ୍ବର୍ଦ୍ଧନା କରିଥିବା ବେଳେ ନୂତନ ସି ଆର୍ ସି ସି ଶ୍ରୀ ଭୋଇଙ୍କୁ ସ୍ଵାଗତ ଜଣାଇଥିଲେ । ଶ୍ରୀ ଉତ୍ତମ ପ୍ରସାଦ ମହାଉତି ଶିକ୍ଷକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଲେସୁନପାଲି ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l
.