ବିଏସସେନାଲ ଟାୱାର ନିର୍ମାଣରେ ନିମ୍ନୋମାନର କାମ ହେଉ ଥିବା ଅଭିଯୋଗ…..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତର ମେରି ନଗର ନିକଟର ଗାଇବା ଯିବା ରାସ୍ତାରେ ନିମ୍ନ ମାନ ଭାବରେ ବିଏସସେନାଲ ଟାୱାରର ନିର୍ମାଣ କରା ଯାଉ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ l ଏହି ବିଏସସେନାଲ ଟାୱାର ନିର୍ମାଣ କାର୍ଯ୍ୟ ସରିବାର ପ୍ରାୟ 7 ରୁ 8 ମାସ ହେଉଛି l କିନ୍ତୁ ନିମ୍ନ ମାନ ଭାବରେ କାମ ହେଇଥିବା ଯୋଗୁଁ ଟାୱାର ଉଦଘାଟନ ହୋଇ ପରିନାହଁ ଓ ଟାୱାର ମାଟି ଦବିବାରେ ଲାଗିଛି l ଯେଉଁ ଯନ୍ତ୍ର ପାତି ଗୁଡ଼ାକ ବସା ହେଇଛି ଧୀରେ ଧୀରେ ସେହି ଜାଗାରୁ ମାଟି ଖୋସି ଯନ୍ତ୍ର ପାତି ଗୁଡ଼ାକ ପଡ଼ି ଯିବା ଅବସ୍ଥାରେ ଅଛି l ବର୍ଷା ଯୋଗୁଁ ମାଟି ତଳକୁ ଦବିବାରେ ଲାଗିଛି l ଯାହା ଦ୍ୱାରା ଟାୱାର ପାଇଁ ମଧ୍ୟ ଭବିଷ୍ୟତରେ ଅସୁବିଧା ହବାର ସମ୍ଭାବନା ରହିଛି l ଚାରିପଟ ତାର ବାଡ଼ କରାଯାଇଛି କିନ୍ତୁ ସେହି ବାଡ଼ କାମ କଂଟ୍ରାକଟରଙ୍କ ବିଲ ନ ହେବାରୁ ଅଟକିଛି l ଗାତ ନ କରି ଉପରିଆ ସିମେଣ୍ଟ କଂକ୍ରେଟ ଦେଇଥିବା ଯୋଗୁଁ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି l ମୁଖ୍ୟତ ଗ୍ରାମାଞ୍ଚଳର ଉପଭୋକ୍ତା ଜିଓ ନେଟୱର୍କର ରିଚାର୍ଜ ମୂଲ୍ୟ ବୃଦ୍ଧି ହେବା ଯୋଗୁଁ ଏବେ ବିଏସସେନାଲ ନେଟୱର୍କ ଉପରେ ଆଶା ଭରସା କରି ବ୍ୟବହାର କରୁଛନ୍ତି l କିନ୍ତୁ ବର୍ତ୍ତମାନ ବିଏସସେନାଲ ନେଟୱର୍କରେ ସମସ୍ୟା ଦେଖା ଯିବା ଯୋଗୁଁ ବିଭିନ୍ନ କାମ ଠପ ହୋଇଛି l ଯାହା ପାଇଁ ପରିଡ଼ା ସରପଞ୍ଚ ପିନାଶ ରଇତ, ସମିତି ସଭ୍ୟା କାଳାକା ସରସ୍ବତୀ, ୱାର୍ଡ ମେମ୍ବର ଗୁଣବତୀ ସିଂ ଏବଂ ସିଏସପି ବାଳ ରାଜୁ ଓ ଗ୍ରାମର ଅନେକ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l