ସୁନ୍ଦରଗଡରେ ବର୍ଷାର ତାଣ୍ଡବ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଗତ ରାତିରୁ ସୁନ୍ଦରଗଡ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି l ଫଳରେ ସୁନ୍ଦରଗଡର ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ସୁନ୍ଦରଗଡ ସହର ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ପାଣିରେ ରାସ୍ତା ଧୋଇହୋଇଯିବା ସହ ଛୋଟ ଛୋଟ ପୋଲ ବର୍ଷାରେ ଭାସିଯାଇଥିବା ସୂଚନା ମିଳିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ଟାଙ୍ଗରପାଲି ବ୍ଲକର କାଲୋବାହାଲରୁ ବେଲକିଡିହୀ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେବା ଫଳରେ ଉକ୍ତ ସ୍ଥାନରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଯାଇଛି । ଫଳ ସ୍ୱରୁପ ସ୍ଥାନୀୟ ଲୋକେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଇକେଲ୍ ଓ ବାଇକ୍ ଆରୋହୀ ଘାଇ ଉପରେ କାଠ ପଟା ରଖି ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଯଥା ଶୀଘ୍ର ରାସ୍ତା ମରାମତି ପାଇଁ ପ୍ରସାଶନ ପାଖରେ ଗୁହାରି କରିଛନ୍ତି ।