କଡ଼ା ସୁରକ୍ଷା ବଳୟ ମଧ୍ୟରେ ବ୍ରାହ୍ମଣୀଗାଁରେ ପାଳିତ ହେଲା ଜନ୍ମାଷ୍ଟମୀ ପର୍ବ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ର ସହ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଇଛି । ଏହି ଅବସରରେ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ବ୍ରାହ୍ମଣୀଗାଁ ଓଡ଼ିଆ ସାହି ପରିଚାଳନା କମିଟି ଓ ସ୍ବାମୀ ବିବେକାନନ୍ଦ ଯୁବସଂଘଙ୍କ ନେତୃତ୍ୱ ରେ ପର୍ବ ପାଳନ ର ସମସ୍ତ ଆୟୋଜନ କରାଯାଇ ଥିଲା l ପୁରୋହିତ ଦଣ୍ଡପାଣି ତ୍ରିପାଠିଙ୍କ ପୌରହିତ୍ୟରେ ସବୁ ବର୍ଷ ଭଳି ଏହି ବର୍ଷ ମଧ୍ଯ ତ୍ରିନାଥ ଭଜନ ମଣ୍ଡପରେ ହିନ୍ଦୁ ପରମ୍ପରା ରିତୀନୀତି ଅନୁଯାୟୀ ଶ୍ରୀ କୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ନାନାଦି ଫୁଲ, ବସ୍ତ୍ରରେ ସୁସଜ୍ଜିତ କରି ହୋମଯଜ୍ଞ, ମନ୍ତ୍ର ପାଠ, ପୁଜା ଅର୍ଚ୍ଚନା ସମ୍ପାଦନ କରାଯାଇ ଥିଲା । ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରିଖ ଦିନ ଜନ୍ମାଷ୍ଟମୀ ପର୍ବ ପାଳନ ସମୟରେ ସ୍ୱାମୀଜୀଙ୍କ ଆଶ୍ରମ ଭିତରେ ପଶି କିଛି ଆତତାୟୀ ତାଙ୍କ ଉପରକୁ ଅତର୍କିତ ଗୁଳି ଚାଳନ କରିଥଲେ l ଆତତାୟୀଙ୍କ ଗୁଳିର ଶିକାର ହୋଇ ସେଠାରେ ହିଁ ସ୍ୱାମୀଜୀଙ୍କ ମୃତ୍ୟ ଘଟିଥିଲା । ତାଙ୍କ ମୃତ୍ୟୁ ପର ଠାରୁ ପ୍ରତିବର୍ଷ ହିନ୍ଦୁ ସମ୍ରଦୟ ପକ୍ଷରୁ ଜନ୍ମାଷ୍ଟମୀ ଦିନରେ ସ୍ୱାମୀଜୀଙ୍କ ଶ୍ରାଦ୍ଧ ବାର୍ଷିକୀ ଦିବସ ଭବେ ପାଳନ କରି ଆସୁଛନ୍ତି । ଜନ୍ମାଷ୍ଟମୀ ପର୍ବ ପାଳନ ଅବସରରେ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଶତାଧିକ ଶ୍ରାଦ୍ଧକୁ ଯୋଗ ଦେଇ ଅପରାହ୍ନରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଫଟୋ ଚିତ୍ର ସହ ନଗର ପରିକ୍ରମା କରିଥିଲେ l ପରେ ସ୍ଥାନୀୟ ତ୍ରିନାଥ ମଣ୍ଡପରେ ଶ୍ରୀମଦ ଭଗବତ ଗୀତାର ଦଶମ ସ୍କନ୍ଦ ପାଠ କରଯାଇଥିଲା ଏଵଂ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତାଙ୍କ ଫଟୋ ଚିତ୍ରକୁ ପୁଷ୍ପ ମାଲ୍ୟାର୍ପଣ କରି ସ୍ମୃତି ଚାରଣ ସଭାର ଆୟୋଜନ କରଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ।ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା, ମୁଖ୍ୟ ବକ୍ତା ଭାବେ ଧାର୍ମେଶ କୁମାର, ସମ୍ମାନୀତ ଅତିଥି ଭାବେ ବ୍ରାହ୍ମଣୀଗାଁ ଭାରପ୍ରାପ୍ତ ଥାନା ଅଧିକାରୀ ଚିରଞ୍ଜିବୀ ବେହେରା, ସୁରେନ୍ଦ୍ର ଚର୍ଚି ଗାୟତ୍ରୀ ପରିବାର, ଦିବାକର ପ୍ରାଧନୀ ପ୍ରମୁଖ ମଞ୍ଚାସିନ ଥିଲେ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ପୁର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ପିଲାମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ରାତ୍ରୀରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା । କାର୍ଯ୍ୟକ୍ରମକୁ ଗ୍ରାମ ବିକାଶ କମିଟି ଏବଂ ସ୍ବାମୀ ବିବେକାନନ୍ଦ ଯୁବକ ସଂଘ ର ମିଳିତ ଉଦ୍ୟମରେ ସମସ୍ତ ଆୟାଜନ କରାଯାଇ ଥିଲା। ଗତ କିଛି ଦିନ ହେବ କନ୍ଧମାଳ ଜିଲ୍ଲାରେ ଦଙ୍ଗା ପରିସ୍ଥିତି ଉପୁଜିବାର ଗୁଜବକୁ ନେଇ ସୃଷ୍ଟି ହୋଇଥିବା ସମ୍ବେଦନଶୀଳ ପରିସ୍ଥିତିକୁ ଦୃଷ୍ଟରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଥାନା ଅଞ୍ଚଳରେ ଶାନ୍ତି କମିଟି ବୈଠକ କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରାଯାଇଥିଲା । ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଇ ଥିଲା।