ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଅନସ୍ତା ପ୍ରସ୍ତାବ ନିର୍ବାଚନକୁ ରୋକି ପାରିଲା ନାହିଁ ରାସ୍ତା ଅବରୋଧ…

ଭବାନୀପାଟଣା(ତୁଳମଣି ନାଗ): ଜୁନାଗଡ଼ ତହସିଲ ଅନ୍ତର୍ଗତ ତଳ ଜାରୀଙ୍ଗ ଠାରେ ସ୍ଥାପିତ ଆଇ ପି ଏଲ୍ କମ୍ପାନୀରେ ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଓ ବିସ୍ଥାପିତ ପରିବାର ମାନଙ୍କୁ ଥୟ ସ୍ଥାନା କରିବା ପାଇଁ ଦାବି ନେଇ ଆଜି ମାଁ ଲଙ୍କେଶ୍ଵରୀ ଶ୍ରମିକ ସଂଘ ପକ୍ଷରୁ ଭବାନୀପାଟଣା ଠାରୁ ଜୁନାଗଡ଼କୁ ସଂଯୋଗ ଥିବା ୨୬ ନମ୍ବର ଜାତୀୟ ରାଜପଥ ତଳ ଜାରିଙ୍ଗ ଛକ ଠାରେ ଅବରୋଧ କରିଥିଲେ । ହେଲେ ଅନ୍ୟପଟେ ଆଜି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଅନସ୍ତା ପ୍ରସ୍ତାବ ନିର୍ବାଚନ ଥିବା ବେଳେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଭାରତୀୟ ଜନତା ପାର୍ଟି ବିରାଟ ଷଡ଼ଯନ୍ତ୍ର କରିଥିଲେ । ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଥିଲେ ମୁକେଶ ଅଗ୍ରୱାଲ l ମୁକେଶ ଅଗ୍ରୱାଲ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ l ତେଣୁ ମୁକେଶ ଅଗ୍ରୱାଲ ଓ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଅନସ୍ତା ପ୍ରସ୍ତାବ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଜୋରଦାର ଚେଷ୍ଟା ଜାରି ରଖି ଭାରତୀୟ ଜନତା ପାର୍ଟିର ପକ୍ଷରୁ ପ୍ରାୟଜିତ ମାଁ ଲଙ୍କେଶ୍ଵରୀ ଶ୍ରମିକ ସଂଘକୁ କାମରେ ଲଗାଇ ରାସ୍ତା ଅବରୋଧ କରିଥିଲେ ସୁଦ୍ଧା । ଅନ୍ୟପଟୁ ନିର୍ବାଚନ ଅଧିକାରୀ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟକୁ ପହଞ୍ଚି ନିର୍ବାଚନ ପ୍ରକ୍ରିୟା କରିଥିବା ବେଳେ ମୁକେଶ ଅଗ୍ରୱାଲଙ୍କ ବିପକ୍ଷରେ ୧୦ ଜଣ କାଉନସିଲର ଭୋଟ ଦେଇଥିବାରୁ ମୁକେଶ ଅଗ୍ରୱାଲ ଓ ଭାରତୀୟ ଜନତା ପାର୍ଟିର ପ୍ରାଣ ପ୍ରଣେ ଚେଷ୍ଟା କରିଥିଲେ ବି ମୁକେଶ ଅଗ୍ରୱାଲ ବିଫଳ ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।