ସିନାପାଲି ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ..

ନୂଆପଡ଼ା( ବିରବଲ ପ୍ରଧାନ): ସିନାପାଲି ପଞ୍ଚାୟତସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ, ଏସ ପି ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆସିଥିବା ଅଭିଯୋଗ ସବୁର ସମାଧାନ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ପ୍ରଥମ ଥର ପାଇଁ ବ୍ଲକରେ ଅଭିଯୋଗକାରୀଙ୍କ ପାଇଁ ସ୍ବତନ୍ତ୍ର ବସିବା ଯାଗା ଓ ପିଇବା ପାଣି ସୁବିଧା ହୋଇଥିବା ବେଳେ ଉପଯୁକ୍ତ ବ୍ୟବସ୍ଥା ଥିବା ଦେଖି ଅଭିଯୋଗକାରୀମାନେ ଖୁସି ବ୍ୟକ୍ତ କରିଛନ୍ତି । ଆଜିର ମୋଟ ୯୦ଗୋଟି ଅଭିଯୋଗ ମଧ୍ୟରୁ ୭୫ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୫ ଗୋଟି ଗୋଷ୍ଠୀଗତ ଅଭିଯୋଗ ଶୁଣାଣି ପ୍ରଶାସନ କରିଛନ୍ତି । ଏହି ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଅତିରିକ୍ତ ଜିଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସିନାପାଲି ବିଡ଼ିଓ ଅବିନାଶ ଲାକ୍ରା, ତହସିଲଦାର ଉପାଞ୍ଜଳି ମାଝୀ, ବ୍ଳକ ଅଧ୍ୟକ୍ଷା ମାଧୁରୀ ମାଝୀ, ଭାଇସ ଚେୟାରମେନ ମୀନା ଘିବେଲା, ସିଡିଏମଓ ଡ଼ଃ ଧରଣୀଧର ସେନାପତି ଉପସ୍ଥିତ ଥିଲେ l ଜିଲ୍ଳା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଜିଲ୍ଳା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଳା ନିୟୋଜନ ଅଧିକାରୀ ବିନୋଦ ଲାକ୍ରା, ଡିସିପିଓ ଅନ୍ତର୍ଯ୍ୟାମୀ ବଳିୟାର ସିଂ, ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ସଂଗୀତା ପାତ୍ର, ଜିଲ୍ଳା ପଂଚାୟତ ଅଧିକାରୀ ଲଚ୍ଛମନ ଉରାମ, ଜିଏମ ଡିଆଇସି ସମୀର ମୁଦୁଲି, ଆରଟିଓ ମାନ ସିଂ, ଏସିଏଫ ମୁହମ୍ମଦ ମୁସ୍ତଫା ସଲିହା, ଜିଲ୍ଳା ପ୍ଳାନିଙ୍ଗ ଅଧିକାରୀ ଅଙ୍କିତ ମହାକୁର, ଏଡି ପି ଏଚ ସିଓ କିଶୋର ଚନ୍ଦ୍ର ପଟେଲ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଇଞ୍ଜିନିୟର, ଲାଇନ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ସଭାରେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ କ୍ଷୀରସାଗର ସା, ସୁନ୍ଦରମଣୀ ବାଗ ଏବଂ ବେଣୁଧର ମେହେରଙ୍କୁ ଚିକିତ୍ସା ସହାୟତା ପାଇଁ ପାଞ୍ଚ ହଜାର ଲେଖାଏଁ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା l ଭବିଷ୍ୟତରେ ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବା ସହିତ ସମସ୍ୟାର ତୁରନ୍ତ ସମାଧାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି l ଶିବିର ଶେଷରେ ସିନାପାଲି ବ୍ଲକର ଗଣମାଧ୍ୟମ ପ୍ରତିନିଧି ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ l