ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): କୁତ୍ରା ବ୍ଲକ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଆଜି ମୋଟ ୬୧ ଗୋଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୨୮ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୩୩ ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଏହି ସବୁ ଅଭିଯୋଗ ଗୁଡ଼ିକ ମଧ୍ୟରୁ ୬ ଗୋଟି ଅଭିଯୋଗର ତତକ୍ଷଣାତ ସମାଧାନ କରାଯାଇଥିଲା । ଯେଉଁଥିରେ କି ୨ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ ରହିଥିଲା । ଏହି ସବୁ ଅଭିଯୋଗ ଗୁଡ଼ିକ ମଧ୍ୟରୁ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ନିର୍ମାଣ ଓ ମରାମତି, ରାସନ୍ କାର୍ଡ, ଭତ୍ତା ଆଦି ପ୍ରମୁଖ ରହିଥିଲା । ଆଜିର ଏହି ଅଭିଯୋଗ ଶୁଣାଣିରେ ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, କୁତ୍ରା ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ତହସିଲଦାର ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।