ସୁନ୍ଦରଗଡ ଜିଲ୍ଲାର ଲିପ୍ସା ଓ ପ୍ରିତମଙ୍କୁ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସ ଅବସରରେ ସମ୍ବର୍ଦ୍ଧିନା…
ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ୨୭ ଅଗଷ୍ଟ ୨୦୨୪ ମଙ୍ଗଳବାର ସକାଳ ୮ ଟା ସମୟରେ ପୁରୀ ତାଳବଣିଆ ଷ୍ଟାଡିୟମଠାରେ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଝାଡେଶ୍ୱରୀ ମନ୍ଦିର ଠାରେ ଦ୍ୱୀପ ପ୍ରଜ୍ଜଳନ କରି ଖେଳାଳୀମାନେ ସହର ପରିକ୍ରମା କରି ପୁରୀ ଷ୍ଟାଡିୟମଠାରେ ପହଁଚିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପୁରୀ ବିଧାୟକ ଜୟନ୍ତ କୁମାର ସଡଙ୍ଗୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡିଆ, ବଡିବିଲ୍ଡର ଅନୀଲ ଗୋଚ୍ଛିକାର, ଅଶୋକ ମହାପାତ୍ର, ରବିଶଙ୍କର ପ୍ରତିହାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ପୂର୍ବତନ ମୁଷ୍ଟିଯୋଦ୍ଧା ଓ ପ୍ରଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନିତ ହୋଇ ଥିବା ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ଲିପ୍ସା ଷଡ଼ଙ୍ଗୀ ଓ ପ୍ରିତମ କାକଙ୍କୁ ‘ମୁଷ୍ଟିଯୋଦ୍ଧl ସମ୍ମାନ’ରେ ସମ୍ମାନିତ କରାଯାଇଛି l ତା ସହିତ ଭୁବନେଶ୍ୱରରୁ ଅମରେଶ ଜେନା, କଟକରୁ ବିଷ୍ଣୁ ପ୍ରସାଦ ପାଲ, କନ୍ଧମାଳରୁ ଦେବାଶିଷ ପ୍ରଧାନ, ସୁବର୍ଣପୁରରୁ କୃତିବାସ ଶତପଥୀ, ଗଞ୍ଜାମରୁ ସୁକାନ୍ତ ଦଳେଇ ଓ ଗଜପତିରୁ ମନୋହର ଜେନାଙ୍କୁ ସମ୍ମାନିତ କରାଯାଇଥିଲା । ଠିକ୍ ସେହିପରି ଓଡିଶା ପୁଲିସରେ କାର୍ଯ୍ୟରତ ଥିବା ପୂର୍ବତନ ମୁଷ୍ଟିଯୋଦ୍ଧା ବିଶ୍ୱଭୂଷଣ ପଣ୍ଡା, ମହେଶ୍ୱର ସେଠୀ, ସମସେର୍ ଅଲ୍ଲୀ,ସମର ସିହ୍ନା, ବିଶ୍ୱଜିତ ପ୍ରଧାନ, କାଳୁ ଚରଣ ସାହୁ, ସୁନୀଲ ଜେନା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଦୀପ ଦାସ, ମାନସ ଜେନା, ଜାବିର ଖାଁ, ଅକ୍ଷୟ ନାୟକ, ଲକ୍ଷ୍ମୀଧର ମୁଦୁଲି, ରାକେଶ ଭୋଇ, ମିଳନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ହରିହର କର ମଞ୍ଚ ପରିଚାଳନା କରିଥିବା ବେଳେ ପୁରୀ ବକ୍ସିଂ ଏକାଡେମୀର ପ୍ରତିଷ୍ଠାତା ସୁଦର୍ଶନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଲିପ୍ସା ଓ ପ୍ରିତମଙ୍କୁ ସୁନ୍ଦରଗଡ ଜିଲ୍ଳା ଆମେଚର ବକ୍ସିଂ ସଂଘ, ସୁନ୍ଦରଗଡ ଜିଲ୍ଲା ସିପକ୍ ଟାକ୍ରୋ ସଂଘ, ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜନ ସେବା ସମିତି ଯୋଗୀମାଲର ସମସ୍ତ ସଦସ୍ୟ ଓ ବକ୍ସିଂ ଖେଳାଳି ଶୁଭେଛା ଜଣାଇଛନ୍ତି l