ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତରିଆ): ପ୍ୟାରିସ ଅଲମ୍ପିକରେ ଭାରତ ଦଳ ପଦକ ଜିତିବା ପରେ ଆଜି ହକି ତାରକା ତଥା ଅଲମ୍ପିୟନ ଅମିତ ରୋହିଦାସ ନିଜ ଜନ୍ମ ମାଟି ସୁନ୍ଦରଗଡ କୁ ଫେରିଛନ୍ତି । ବାଲିଶଙ୍କରl ବ୍ଲକ ଅନ୍ତର୍ଗତ ସଉନାମରl ଗ୍ରାମର ପୁଅ, ହକି ତାରକା ଅମିତ ରୋହିଦାସଙ୍କୁ ତାଙ୍କ ଜନ୍ମମାଟି ରେ ମହା ଆଡମ୍ବର ସହକାରେ ସ୍ୱାଗତ କରାଯାଇଛି । ପାରମ୍ପାରିକ ଗୀତ ନାଚ ସହ ସ୍ୱାଗତ କଲେ ଗ୍ରାମବାସୀ । ଭାରତୀୟ ହକି ଦଳ ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ ପ୍ରଥମ ଥର ପାଇଁ ଅମିତ ନିଜ ଜନ୍ମଭୂମି ସଉନାମରା ଗ୍ରାମକୁ ଆସିଛନ୍ତି । ଅମିତଙ୍କୁ ସ୍ୱାଗତ କରିବା ପାଇଁ ପରିବାର ଲୋକଙ୍କ ସହିତ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ସ୍ଵାଗତ କରିଥିଲେ । ଅମିତ ପ୍ୟାରିସ ଅଲମ୍ପିକରେ ପାଇଥିବା ବ୍ରୋଞ୍ଜ ପଦକଟି ନିଜ ମାଁଙ୍କୁ ପିନ୍ଧାଇ ଖୁସି ବାଣ୍ଟି ଥିଲେ । ଗ୍ରାମବାସୀଙ୍କ ତରଫରୁ ଏକ ସାଧାରଣ ସଭାର ମଧ୍ୟ ଆୟୋଜନ କରାଯାଇ ଅମିତକୁ ପାରମ୍ପାରିକ ରିତୀନିତୀରେ ସମ୍ଭର୍ଦ୍ଧିତ କରାଯାଇଥିଲା ।