ମାଣ୍ଡିପଙ୍କା ଜଙ୍ଗଲରୁ ୯୫ କିଲୋ ଗଞ୍ଜେଇ ଉଦ୍ଧାର କଲା ବ୍ରାହ୍ମଣୀଗାଁ ପୁଲିସ…

ବ୍ରାହ୍ମଣୀଗାଁ (ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଚଢ଼ାଉ କରି ୯୫ କିଲୋ ଓଜନର ଗଞ୍ଜେଇ ଜବତ କରାଯାଇଛି । ସୂଚନା ଅନୁଯାୟୀ ଉକ୍ତ ଥାନା ଅଞ୍ଚଳର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଜଙ୍ଗଲରୁ ବେଆଇନ ଗଞ୍ଜେଇ ଚୋରା ଚାଲାଣ ହେବାକୁ ପ୍ରସ୍ତୁତ ଥିବା ନେଇ, କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜିବି ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ ବାହିନୀ ଉକ୍ତ ଜଙ୍ଗଲରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲେ l ତାହାର ଓଜନ ୯୫ କେଜି ହୋଇଥିବା ବେଳେ ଏହି ଘଟଣାରେ କେହି ଅଭିଯୁକ୍ତ ଗିରଫ ହୋଇ ନ ଥିବା ଜଣାପଡ଼ିଛି । ଏହି ଚଢ଼ାଉ ସମୟରେ ଥାନା ଅଧିକାରୀଙ୍କ ନିର୍ଦ୍ଧେଶ ରେ ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ଏ ଏସ ଆଇ ରମାକାନ୍ତଙ୍କ ସେଠୀ, କନଷ୍ଟେବଳ ସମ୍ପତ୍ତି କହଁର, ଗୃହରକ୍ଷୀ ସୁକଦେବ ମଲ୍ଲିକ, ଭଭିଷଣ ନାୟକ, ଲକ୍ଷ୍ମଣ କାର୍ଯି, ଜିତେନ୍ଦ୍ର ରାଜଗୁରୁ ପ୍ରମୁଖ ସାମିଲ ହୋଇ ଥିଲେ ।