ଖୁଡିଗୁଡା ଠାରେ ଶିକ୍ଷକ ଓ ଅଭିଭାବକ ବୈଠକ ଓ କୃମି ନାଶକ ଦିବସ ପାଳନ…

ନବରଙ୍ଗପୁର(ମିହିର ଶଙ୍କର ପାତ୍ର): ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ର ଖୁଡିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗଣ ଶିକ୍ଷା ବିଭାଗର ନିର୍ଦେଶନାମା ପ୍ରକାରେ ବୈଠକ ଅନୁଷ୍ଠିତ ହୋଇଥିଲା ।ବୈଠକରେ ପିଲାମାନଙ୍କ ଅଭିଭାବକ ଓ ଶିକ୍ଷକ ସହଯୋଗରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନଶିକ୍ଷକ ମୋହନ ନାୟକ ଅଧ୍ୟକ୍ଷତାରେ ବୈଠକରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ଯୋଗଦାନ କରିଥିଲେ ।ଆଜିର ବୈଠକରେ ଆଭିମୁଖ୍ୟରେ ପିଲା ମାନଂକ ପାଠପଢ଼ା ନିଶ୍ଚିତ ପାଇଁ ଅଭିଭାବକଙ୍କୁ ଅବଗତ, ସୁରଭି, ବିଦ୍ୟାଳୟ ସ୍ୱଚ୍ଛତା ବାବଦରେ ଆଲୋଚନା କରିଥିଲେ । ଜାତୀୟ କୃମି ନାଶକ ଦିବସରେ ପିଲାମାନକୁ ସଚେତନତା ସହ ଉପକାରିତା ବାବଦରେ ଆଲୋଚନା କରିଥିଲେ । ସହକାରୀ ଶିକ୍ଷକ ନରହରି ହରିଜନ ତରଫରୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ । ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ର କାମକୁ ବୁଦ୍ଧିଜୀବି ଓ ଗ୍ରାମ ବାସୀ ତରଫରୁ ପ୍ରଶଂସା କରିଥିଲେ ।