କେନ୍ଦୁଝର(ଆର୍ତ୍ତତ୍ରାଣ ପାତ୍ର): କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାପଡା ସେକ୍ସନର ବିଟ୍ ଅଧିନରେ ଥିବା ସାହାରପଡା ବ୍ଲକ ଅନ୍ତର୍ଗତ କପୁଣ୍ଡି ପଞ୍ଚାୟତ ଚୁଟିଆ ପଶି ଓ କରଞ୍ଜିଆ ପଡା ଗାଁରେ ଗତ କାଲି ରାତିରେ ଗୋଟିଏ ଗୋଠ ଛଡ଼ା ଦନ୍ତାହାତୀ ରାତି ସାରା ଦୁଇଟି ଗାଁରେ ତାଣ୍ଡବଲୀଳା କରିଥିଲା l ଏଥିପାଇଁ ଗାଁ ଲୋକମାନେ ରାତି ସାରା ଭୋୟଭିତ ଥିଲେ । ଚୁଟିଆ ପଶି ଗ୍ରାମର ଗୁରୁ ମୁଣ୍ଡା ଓ କରଞ୍ଜିଆ ପଡା ଗ୍ରାମର ଲକ୍ଷ୍ମୀଧର ପଇଦା ଉଭୟଙ୍କ ଘର କାନ୍ଥ ଭାଙ୍ଗି ଗୋଠ ଛଡ଼ା ଦନ୍ତାହାତୀ ଟି ଧାନ, ଚାଉଳ ଖାଇଦେବା ସହିତ ଆସବାବପତ୍ର ମଧ୍ୟ ନଷ୍ଟ କରିଦେଇ ଥିବା କହିଛନ୍ତି ଗ୍ରାମ ବାସୀ। ଗାଁ ଲୋକମାନେ ଅଭିଯୋଗ କରୁଛନ୍ତି ଯେ ଗୋଠ ଛଡ଼ା ଦନ୍ତାହାତୀ ରାତିରେ ଘର ଦ୍ଵାର ଭାଙ୍ଗିବା ସହିତ ଧନ ଜୀବନ କ୍ଷତି କଲେ ମଧ୍ୟ କେମିତି ବନବିଭାଗ ପାଖରେ ଗୋଠ ଛଡ଼ା ଦନ୍ତାହାତୀର ଖବର ରହୁନାହିଁ । ଗୋଠ ଛଡ଼ା ଦନ୍ତାହାତୀ ଭାଙ୍ଗି ଥିବା ଘର କ୍ଷତି ପୂରଣ ଦେବା ସହିତ ଗୋଠ ଛଡ଼ା ଦନ୍ତାହାତୀକୁ ତାର ସୁରକ୍ଷିତ ଯାଗାକୁ ପହଞ୍ଚାଇବା ପାଇଁ ବନ ବିଭାଗକୁ ଅନୁରୋଧ କରିଛନ୍ତି ଅଞ୍ଚଳ ବାସୀ ।