ଘରେ ପସି କଳାକନା ବୁଲାଇଲେ ଦୁର୍ବୁତ୍ତ: ଚାରି ଭରି ସୁନା ଲୁଟ, ସନ୍ଧନୀ କୁକୁର ସାହାଯ୍ୟ ନେଲା ପୁଲିସ….

ବୌଦ୍ଧ(ଆବୁ ବକର ସିଦିକ ଖାନ): ଘରେ ପସି କଳାକନା ବୁଲାଇଲେ ଦୁର୍ବୁତ୍ତ । ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । ପୁରୁଣାକଟକ ଥାନାରେ ଅଭିଯୋଗ ପରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଚି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଖଣ୍ଡହତା ଗ୍ରାମର ଅଶୋକ ପ୍ରଧାନ ନିଜ ଘରେ ଶୋଇଥିବା ସମୟରେ କିଛି ଦୁର୍ବୁତ୍ତ ଚତୁରତାର ସହ ଆସି ଘରେ ଥିବା ମୂଲ୍ୟବାନ ଜିନିଷ ଲୁଟ କରିଥିଲେ । ମୋଟ ଚାରି ଭରି ସୁନା ନେଇ ବକ୍ସକୁ ଘର ଆଗରେ ଫିଙ୍ଗିଦେଇ ଚାଲି ଯାଇଥିଲେ ଦୁର୍ବୁତ । ଯାହାରକି ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ବୌଦ୍ଧ ଏସଡିପିଓ ମଧ୍ୟ ପହଁଚି ଥିଲେ ଏବଂ ଖୁବଶୀଘ୍ର ଲୁଟେରାଙ୍କୁ କାବୁ କରାଯିବ ବୋଲି ଥାନା ଅଧିକାରୀ ସାରଦା ଦାସ ସୂଚନା ଦେଇଛନ୍ତି l