ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇ ଯାଇଅଛି । ଏହି ଉପଲକ୍ଷେ ନୂଆପଡ଼ା ମିନି ଷ୍ଟଡିୟମରୁ ଏକ ଶୋଭାଯାତ୍ରା ବାହାରି ନୂଆପଡ଼ା ନଗର ପରିକ୍ରମା କରିଥିଲା ଏକତା ଛକ ଠାରେ ଆଦିବାସୀଙ୍କ ବର୍ଷୀୟାନ ନେତା ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମଖରେ ଏକ ବିକ୍ଷୋଭ ସଭା କରିବା ସହ ଆଦିବାସୀଙ୍କ ବିକାଶ, ଶିକ୍ଷା କ୍ଷେତ୍ର ରେ ଅଗ୍ରଗତି, ଆଦିବାସୀଙ୍କ ପାଇଁ ଉଦ୍ଧିଷ୍ଟ ଶିକ୍ଷା ଅନୁଷ୍ଠାନ ଆଶ୍ରମ ବିଦ୍ୟାଳୟର ଉତ୍ତମ ବ୍ୟବସ୍ଥା, ଆଶ୍ରମ ବିଦ୍ୟାଳୟକୁ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା, ପହରିଆଙ୍କୁ ଆଦିବାସୀ ମାନ୍ୟତା କରି ଆଦିବାସୀ ଶ୍ରେଣୀରେ ଅନ୍ତର୍ଭୁକ୍ତ ଆଦି ମୁଖ୍ୟ ଦାବୀ ନେଇ ଓଡ଼ିଶାର ଆଦିବାସୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ଧେଶ୍ୟରେ ୧୩ ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି । ବିଶ୍ଵ ଆଦିବାସୀ ଦିବସ ପାଳନ ସଭାରେ ଘାସିରାମ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ଆଦିବାସୀ ସଂଘ ସଭାପତି ବାଳକୃଷ୍ଣ ଶବର ଯୋଗ ଦେଇ ଆଦିବାସୀଙ୍କ ପାଇଁ ଉଦ୍ଧିଷ୍ଟ ଆଇନର କାର୍ଯ୍ୟକାରିତା ସହ, ମାଡା ଗ୍ରାମରେ ଆଦିବାସୀ ନିଯୁକ୍ତି ପାଇଁ ଆହ୍ବାନ କରିଥିଲେ ।