କଳାହାଣ୍ଡି ଜିଲ୍ଲା(ଅଶ୍ୱିନ ମଲ୍ଲିକ): ଗୋଲାମୁଣ୍ଡା ବ୍ଲକ ର ସଦର ମଣ୍ଡଳରେ ଭାରତୀୟ ଜନତା ପାର୍ଟିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ତୁମୁରା ଧାନ ମଣ୍ଡି ଠାରେ ଅନୁଷ୍ଠିତ ହୋଇ ଯାଇଅଛି ।ଆଗକୁ ସ୍ଵାଧୀନତା ଦିବସ ଅବସରରେ “ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ”କୁ କିପରି ପଞ୍ଚାୟତରୁ ଗ୍ରାମ୍ୟ ସ୍ତରରେ ସୁଚାରୁ ରୁପେ କାର୍ଯ୍ୟକାରୀ ହେବ ଏବଂ ତା ପୂର୍ବରୁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରିବାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବିଜେପି ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, କଳାହାଣ୍ଡି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ତଥା ଖଣ୍ଡ ପ୍ରଭାରୀ ବିଜୟଦେବ ସାହୁ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ଏଥି ସହିତ ଗୋଲାମୁଣ୍ଡା ମଣ୍ଡଳ ସଭାପତି ପ୍ରଦୀପ ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଦସ୍ୟ ସମୀର ସାହୁ,ପୂର୍ବତନ ଜିଲ୍ଲପରିଷଦ ବୃଷବ ନାଏକ, ପୂର୍ବତନ ମଣ୍ଡଳ ସଭାପତି ଚୁନିଲାଲ ଅଗ୍ରୱାଲ, ବରିଷ୍ଠ କଳାକାର ରାମ ମାଝୀ, ବରିଷ୍ଠ କାର୍ଯ୍ୟକର୍ତ୍ତା କୃଷ୍ଣ ଚନ୍ଦ୍ର ମୁଣ୍ଡ,ଶ୍ୟାମସୁନ୍ଦର ଅଗ୍ରୱାଲା, ଗଙ୍ଗାଧର ରାଉତ, ଗକୁଲ ସିପକା ତଥା ମଣ୍ଡଳ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ଓ ବୁଥରୁ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।