ଭଞ୍ଜନଗର(ନିଲୁ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ତାରାସିଂ ବନାଞ୍ଚଳ ଅଧୀନ ଗରୁଡ଼ପଥର ଗ୍ରାମର ରାଜୁ ସେଠୀଙ୍କ ଘର ଶୌଚାଳୟରୁ ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି । ବନ ବିଭାଗ କର୍ମଚାରୀମାନେ ଖବର ପାଇଁ ଅହିରାଜକୁ କାବୁ କରିଛନ୍ତି । ଗ୍ରାମର ରାଜୁ ସେଠୀ ନିଜ ଶୌଚାଳୟକୁ ଯିବା ସମୟରେ ଉକ୍ତ ଅହିରାଜ ସାପଟିକୁ ଦେଖିଥିଲେ । ତାକୁ ଦେଖି ଭୟଭୀତ ହୋଇ ଘର ଭିତରକୁ ଦୌଡି ପଳି ଆସିଥିଲେ । ଏହା ପରେ ବନବିଭାଗକୁ ଖବର ଦେବା ପରେ ବନପାଳ କଳାବଦନ ଦାଶଙ୍କ ନେତୃତ୍ବରେ ବନ କର୍ମଚାରୀ ପପୁ ଗୌଡ଼, ମାନସ ଦଳବରା, କାର୍ତ୍ତିକ ସାହୁ, ସୁନିଲ କୁମାର ପ୍ରଧାନ ଅହିରାଜ ସାପଟିକୁ କାବୁ କରିଥିଲେ । ଏହାପରେ ନିକଟସ୍ଥ ଚନ୍ଦ୍ରଗିରି ଜଙ୍ଗଲରେ ଛଡାଯାଇଥିବା ଜଣାପଡିଛି । ସାପଟି ପ୍ରାୟ ୧୦ ଫୁଟ ଲମ୍ବା ହେବ ବୋଲି ବନ ବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି ।