ଭବାନୀପାଟଣା(ତୁଳମଣି ନାଗ): ଭବାନୀପାଟଣା ବ୍ଲକ୍ ସଦର ଥାନା ଅନ୍ତର୍ଗତ ମାଳଗାଁ ଗ୍ରାମର ସୁରେନ୍ଦ୍ର ଧଙ୍ଗଡା ମାଝୀଙ୍କ ସ୍ତ୍ରୀ ସପ୍ନା ଧଙ୍ଗଡା ମାଝୀ (୩୧) ନିଜ ବାପା ଘର ଜୁନାଗଡ଼ ବ୍ଲକ ପଡ଼ାକୁ ବାହାରି ନିଖୋଜ ହୋଇ ଥିବା ଭବାନୀପାଟଣା ସଦର ଥାନାରେ ଅଭିଯୋଗ ।
ସୂଚନା ଯୋଗ୍ୟ ଯେ ସପ୍ନା ଧଙ୍ଗଡା ମାଝୀ ତାଙ୍କ ନିଜ ସାନ ଭାଇର ପତ୍ନୀଙ୍କ ଦେହ ଭଲ ନ ଥିବା ଯୋଗୁଁ ଜୁନାଗଡ଼ ସ୍ଥିତ ବ୍ଲକପଡ଼ା ବାପଘରକୁ ୩ ଅଗଷ୍ଟ ୨୦୨୪ (ଶନିବାର ଦିନ) ସକାଳ ୧୦ ଘାଣ୍ଟ ସମୟରେ ନିଜ ସ୍ବାମୀ ଘର ମାଲଗାଁ ଠାରୁ ବାହାରି ଫେରିନ ଥିଲେ । ଫେରିବା ଡେରି ହୋଇଥିବାରୁ ସ୍ବାମୀ ସୁରେନ୍ଦ୍ର ଧଙ୍ଗଡାମାଝୀ ନିଜ ସ୍ତ୍ରୀ ସପ୍ନାକୁ ଫୋନ୍ କରିଥିଲେ l ସ୍ତ୍ରୀଙ୍କର ଫୋନ୍ ଅଫ ଥିବାରୁ ନିଜ ଶଶୁର ଘର ଜୁନାଗଡ଼କୁ ଫୋନ୍ କରି ଥିଲେ l ସ୍ୱପ୍ନା ତାଙ୍କ ଘରକୁ ଯାଇନ ଥିବା ଶଶୁର ଘର ଲକ କହିବା ପରେ ପାଖ ପଡ଼ସି ଲୋକ ମାନଙ୍କ ଗାଁକୁ ଯାଇ ଖୋଜାଖୋଜି କରିଥିଲେ ସ୍ବାମୀ । ପରେ ସ୍ତ୍ରୀ ସପ୍ନାଙ୍କୁ ନପାଇ ସଦର ଥାନାରେ ସ୍ତ୍ରୀ ନିଖୋଜ ଥିବା ଲିଖିତ ଅଭିଯୋଗ କରିଛନ୍ତିନ । ଅଭିଯୋକୁ ଆଧାର କରି ସଦର ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ତଦନ୍ତ କରି ଅଫିସର l
Next Post