ନୟାଗଡ଼(ରତ୍ନାକର ହୋତା): କୁଆଁରିଆ ବନ୍ଧରେ ଜଳ ମଗ୍ନ ହୋଇ ଥିବା ଚାଷୀ ଓ ଜନସାଧାରଣ ଅଳ୍ପଦିନତଳେ, ମାନ୍ୟବର ରାଜ୍ୟପାଳଙ୍କୁ ଭେଟି କୁଆଁରିଆ ବନ୍ଧ ନିର୍ମାଣ ସମୟରେ କ୍ଷତି ହୋଇଥିବା ଜମିର ସହାୟତା ଉଦେଶ୍ୟରେ ଗୁହାରି ଜଣାଇ ଥିଲେ । ରାଜ୍ୟପାଳ ମହୋଦୟ ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଚିଠି କରିଥିଲେ । ସେହି ଚିଠି ଅନୁସାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଚନ୍ଦ୍ର ଦଳବେହେରାଙ୍କ ନେତୃତ୍ୱରେ ଆଜି ବିସ୍ଥାପିତଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ନୟାଗଡ଼ଙ୍କୁ ଭେଟିଥିଲେ । ଆଜି ନୟାଗଡ଼ ଜିଲ୍ଲାପାଳ ବିସ୍ଥାପିତ ଜନସାଧାରଣଙ୍କୁ ପ୍ରତିଶୃତି ଦେବା ସହିତ ଭୂଅର୍ଜନ ମଣ୍ଡଳ ଅଧିକାରୀଙ୍କୁ ଡାକି, କ୍ଷୟକ୍ଷତି ହୋଇଥିବା ଚାଷୀ ଓ ଜନସାଧାରଣଙ୍କ ତାଲିକା କରି ତାଙ୍କର ସମ୍ପୂର୍ଣ ଠିକଣା ଓ ମୋବାଇଲ ନମ୍ବର ଲେଖିବା ପାଇଁ କହିବା ସହ ତୁରନ୍ତ ପଦକ୍ଷେପ ପାଇଁ ନିର୍ଦେଶ ଦେଇ ଥିଲେ । ଏହା ପରେ ଭୁଅର୍ଜନ ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି କ୍ରମାନ୍ୱୟରେ ସମସ୍ତ ହିତାଧିକାରୀଙ୍କ ନାମ ଠିକଣା ଓ ମୋବାଇଲ ନମ୍ବର ଲେଖି ଥିଲେ ଓ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଥିଲେ । ଏହି କ୍ଷତିଗ୍ରସ୍ଥମାନେ ହେଲେ ନରାଜିପଡା, ଓଡ଼ସର, ରୟତ ଓଡ଼ଶର ଗ୍ରାମର ସୁକୁଦେବ ନାଏକ, ଗୌରାଙ୍ଗ ଦେହୁରୀ, ସୁଶାନ୍ତ ପ୍ରଧାନ, ତ୍ରିନାଥ ପରିଡା, ସତ୍ୟ ଭୋଇ, ବସନ୍ତ ଯାନୀ, ବିଳାସ ପ୍ରଧାନ, ସତ୍ୟ ଭାମା ପ୍ରଧାନ, ମାତା ଦଳ ବେହେରା, ମହେଶ୍ୱର କର୍ମୀ, ସୁମନ୍ତ ଦଳ ବେହେରା, ଶାନ୍ତି ଦଳବେହେରା, ବିଦ୍ୟାଧର ଦେହୁରୀ, ରୁକୁଣା ନାୟକ, କରୁଣା ଦଳବେହେରା, ମହାରିଗୀ ଖମାରି, ଫୁଲ ମହାରଣା, ତଅପୋଇ ନାଏକ ଓ ପୋଇନ ଯାନୀ ।