ପାରଳାଖେମୁଣ୍ଡି( ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖିଡିଙ୍ଗା ଗ୍ରାମରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି କରାଯାଇଛି l ଏହା ମୂଖ୍ୟ ଅତିଥି ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ କୁମାର ପାଣିଗ୍ରାହୀଙ୍କ ଅନୁଦାନ ତଥା କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମା, ଉପାଧ୍ୟକ୍ଷ ଏସ କଲ୍ୟାଣୀ, ସରପଞ୍ଚ ଆର ରଜନୀ, ସମିତି ସଭ୍ୟ ବି ଶ୍ରୀଧର ରାଓ, ନାଏବ ସରପଞ୍ଚ ପି ତିରୁପତି ରାଓ ଏବଂ କେ ସିତାପୁର୍ ସରପଞ୍ଚ କେ ତେଜା ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ଗ୍ରାମର ଅନେକ ଲୋକ ଏହି ପ୍ରତିମୂର୍ତ୍ତି ଉଦଘାଟନ ସମୟରେ ଉପସ୍ଥିତ ହୋଇଥିଲେ l