ବାଲିଗୁଡା(ସିବନ୍ତ ଦିଗାଲ ): ସ୍କୁଲ ଗୃହ ନିର୍ମାଣ ବିଲ୍ ପାଇଁ କହିବାରୁ ଠିକାଦାରଙ୍କୁ ଦାୟିତ୍ୱରେ ଥିବା ଯନ୍ତ୍ରୀ ମାରଣାତ୍ମକ ଆକ୍ରମଣ କରି ଥିବା ଅଭିଯୋଗ ହୋଇଛି l କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ସାର୍ତ୍ତୁଲ ଗ୍ରାମ ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଦାୟିତ୍ୱରେ ଥିବା ଯନ୍ତ୍ରୀ ବିଜୟ କୁମାର ପାତ୍ର । ସୂଚନା ମୁତାବକ ସାର୍ତ୍ତୁଲ ପଞ୍ଚାୟତର ରଢା ଗ୍ରାମର ଫିରଜ ବଡ଼ସେଟ ଆର୍କିମାହା ଗାଁର ସ୍କୁଲ ନିର୍ମାଣ ପାଇଁ ଯନ୍ତ୍ରୀଙ୍କ ନିର୍ଦେଶ ପରେ ସ୍କୁଲ ଗୃହ ନିର୍ମାଣ ଛାତ ଲେବେଲ ପର୍ଯ୍ୟନ୍ତ କରି ଥିଲେ l କିନ୍ତୁ ଦୀର୍ଘ ନଅ ମାସ ହେବା ପରେ ମଧ୍ୟ ବିଲ୍ ନ ପାଇବାରୁ ବାରମ୍ବାର ଯନ୍ତ୍ରୀ ବିଜୟ କୁମାର ପତ୍ରଙ୍କୁ ଅନୁରୋଧ କରି ଥିଲେ l ଗୁହାରି କରି ନିରାଶ ହେବା ପରେ ଠିକାଦାର ଜଣଜ ବିଲ୍ ପାଇଁ ଶେଷରେ କୋଟଗଡ ବିଡ଼ିଓ ପାଖକୁ ଦ୍ୱାରସ୍ଥ ହୋଇ ଥିଲେ l ଠିକାଦାର ଜଣକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗୁହାରି କରିବାର ଖବର ପାଇ ଯନ୍ତ୍ରୀ ନିଜ ବାସଭବନକୁ ଡାକି ମୋ ନାରେ କାହିଁକି ବିଡ଼ିଓଙ୍କୁ ଅଭିଯୋଗ କରିଛ କହି ଠିକାଦାର ଫିରଜଙ୍କୁ ମାରଣାତ୍ମକ ଆକ୍ରମଣ କରିଥିଲେ । ଗୁରୁତ୍ୱର ଅବସ୍ଥାରେ ପ୍ରଥମେ ସୁବର୍ଣ୍ଣଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସ୍ୱାସ୍ଥ୍ୟ ବସ୍ଥା ଗୁରୁତ୍ୱର ହେବାରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା । ବର୍ତ୍ତମାନ ଠିକାଦାରଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଦ୍ଧାର ଆସି ଥିଲେ ମଧ୍ୟ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଛନ୍ତି ଠିକାଦାର ଫିରଜ ବଡ଼ସେଟ । ଏନେଇ ଠିକାଦାରଙ୍କ ପରିବାର ପକ୍ଷରୁ କୋଟଗଡ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି ।