ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଆଇସିଡିଏସ୍ ସାମ୍ନାରେ ଆଜକୁ ୯ବର୍ଷ ହେଲା ୧୦୦ ଶଯ୍ୟା ବିଶିଷ୍ଟ ଏସସି ଏସଟି ଛାତ୍ରୀ ନିବାସ ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଭୁତକୋଠିରେ ପାଲଟିଛି । ଯାହା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି । ହେଲେ ଏଥି ପ୍ରତି ନା ପ୍ରଶାସନର ନଜର ଅଛି ନା ସରକାରଙ୍କ ନଜର ଅଛି ବୋଲି ଅଭିଭାବକ କହିଛନ୍ତି l ସରକାର ଗରିବ ନିରିହ ଏସସି ଓ ଏସଟିଛାତ୍ରୀମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ଅନେକ ପ୍ରକାରର ପଦକ୍ଷେପ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲୀ ମନୋଭାବ ପାଇଁ ଶିକ୍ଷାର ବିକାଶ ଆଗେଇ ପାରୁନାହିଁ । ସରକାର ଏହି ଏସସି ଓ ଏସଟି ଛାତ୍ରୀ ମାନଙ୍କ ପାଇଁ ରହିବା ଖାଇବା ପାଠପଢିବା ତଥା ସମସ୍ତ ପ୍ରକାରର ସୁବିଧା କରୁଛନ୍ତି । ହେଲେ କିଛି ଦୁର୍ନିତୀ ଖୋର ପ୍ରଶାସନିକ ଅଧିକାରୀଙ୍କ ପାଇଁ ସେହି ସରକାରୀ ସୁବିଧା ପାଇବାରୁ ଛାତ୍ରୀମାନେ ବଞ୍ଚିତ ରହୁଛନ୍ତି । ପ୍ରକାଶ ଯେ ସିନାପାଲି ବ୍ଲକ ଆଇସିଡିଏସ୍ ସାମ୍ନାରେ ଦିର୍ଘ ବର୍ଷ ହେଲା ୧ଶହ ଶଯ୍ୟା ବିଶିଷ୍ଟ ଏସସି ଏସଟି ଛାତ୍ରୀ ନିବାସ ଲକ୍ଷ୍ଯ ଲକ୍ଷ୍ଯ ଟଙ୍କା ରେ ନିର୍ମାଣ ହୋଇଛି । ହେଲେ ଠିକାଦାରଙ୍କ କିଛି ବିଲ୍ ଟଙ୍କା ରହି ଯାଇଥିବାରୁ ଏଯାଏଁ ଏହି ନିବାସ ପ୍ରଶାସନକୁ ହସ୍ତାନ୍ତର କରାଯାଇନାହିଁ । ଯାହା ଫଳରେ ଏଠାରେ ରହି ପାଠ ପଢୁଥିବା ଛାତ୍ରୀମାନେ ଅନ୍ୟ ଏକ ସରକାରୀ ବିଲ୍ଡିଂରେ ରହି ଶିକ୍ଷା ଦାନ ପାଉଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି । ପ୍ରାପ୍ତ ଖବର ଅନୁସାରେ ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ରହି ପାଠ ପଢୁଛନ୍ତି । ଏହି ଏସ୍ସି ଓ ଏସ୍ଟି ଛାତ୍ରୀ ନିବାସ ୫୦ ଲକ୍ଷ୍ଯ ଟଙ୍କାରେ ନିର୍ମାଣ ହୋଇଥିଲା । ହେଲେ ସେହି ଟଙ୍କା ଭିତରୁ ୭ ଲକ୍ଷ୍ଯ ଟଙ୍କା ଠିକାଦାରଙ୍କୁ ଆଜି ପର୍ଯ୍ୟନ୍ତ ମିଲିନାହି । ଯାହା ଫଳରେ ଆଜିବି ଏହି ଲକ୍ଷ୍ଯ ଲକ୍ଷ୍ଯ ଟଙ୍କାରେ ନିର୍ମାଣ ଛାତ୍ରୀ ନିବାସ ଭୁତକୋଠି ପାଲଟି ଯାଇଛି । ଏଭଳି ବିଲ୍ଡିଂ ସମସ୍ୟା ରହିଥିବାରୁ ଛାତ୍ରୀମାନେ ଅସୁବିଧାର ସମ୍ମୁଖିନ ହେଉଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି । ଏନେଇ ସିନାପାଲି ବିଡିଓଙ୍କୁ ପଚାରିବାରୁ ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟିଦେଇ ଉଚିତ୍ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି ।