ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଦୁର୍ଗମ ତଥା ଜଗନ୍ନାଥ ପ୍ରସାଦ ବ୍ଳକ ରୁଢ଼ାପଦର ପଞ୍ଚାୟତରେ ଥିବା ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ନିବାସରେ ହଠାତ ବିଧାୟକ ପ୍ରଦ୍ୟୁମ୍ନ ନାୟକ ଶନିବାର ସନ୍ଧ୍ୟାରେ ପହଞ୍ଚି ଛାତ୍ର ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ପାଠପଢ଼ା, କିଭଳି ଭାବେ ରହୁଛନ୍ତି ଏବଂ କଣ ସବୁ ସମସ୍ୟା ରହିଛି ସେ ସମ୍ପର୍କରେ ପଚାରି ବୁଝିଥିଲେ । ଆଠଟି ଶ୍ରେଣୀର ପିଲା ପାଠ ପଢୁଥିବା ବେଳେ ମାତ୍ର ଚାରିଜଣ ଶିକ୍ଷକ ନିୟୋଜିତ ଥିବା ଜାଣି ଉଦବେଗ ପ୍ରକାଶ କରିଥିଲେ । ଦେଶର ରାଷ୍ଟ୍ରପତି ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ତୁମ ସମ୍ପ୍ରଦାୟର ଥିବା ବେଳେ ତୁମେ ମାନେ ନିର୍ଭୀକ ଓ ସାହାସି ହୋଇ ନିଜର ଅବହେଳାକୁ ଜଣାଇବାକୁ ହେବ ବୋଲି ବିଧାୟକ ଛାତ୍ରଛାତ୍ରୀ ମାନଙ୍କୁ ସାହାସ ପ୍ରଦାନ କରିଥିଲେ । ଏଥି ସହିତ ଛାତ୍ର ନିବାସରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଫୋନ କରି ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।