ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା କୋମନା ଥାନା ଶାହାଜେଟ ଗାଁ ନିକଟରେ ବାଇକ ଏବଂ ଏକଛୋଟ ପିକ୍ଅପ ଗାଡି ମୁହାଁମୁହିଁ ଧକ୍କା ହେବା ପରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇ ଥିବା ଜଣାପଡିଛି l ମୃତକ ଦୁଇ ବାଇକ ଆରୋହୀ ହେଲେ ସାହାଜେଟ ଗାଁର ଟିକେରାମ ସାହୁ ଏବଂ ବଲାଙ୍ଗୀର ଜିଲ୍ଲା ଯୋଗିମୁଣ୍ଡା ଗାଁ ଖଲିଆପାଲିର ସୁଶାନ୍ତ ମିର୍ଦ୍ଧା ବୋଲି ଜଣା ପଡିଛି l ମିଳିଥିବା ସୂଚନା ଅନୁସାରେ ଦୁଇ ମୃତ ବାଇକ ଆରୋହୀ ସାହାଜେଟ ଗାଁରୁ କୌଣସି କାମପାଇଁ ତରବୋଡ଼ ଯାଉଥିବା ବେଲେ ବିପରିତ ଦିଗରୁ ଆସୁଥିବା ଏକ ଛୋଟ ପିକଅପ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ହେଉଥିବା ସମୟରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।