ଜନଶକ୍ତି ଉମା ବିଦ୍ୟାଳୟ ଖଇରାରେ +୨ ଛାତ୍ର ଛାତ୍ରୀଙ୍କ ସ୍ବାଗତ ଉତ୍ସବ ଅନୁଷ୍ଠିତ…

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ସରକାରୀ ଜନଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖଇରା ଠାରେ ଆଜି +୨ କଳା ଛାତ୍ର ଛାତ୍ରୀଙ୍କୁ ନୂତନ ଶିକ୍ଷା ବର୍ଷ ୨୦୨୪-୨୫ ନିମନ୍ତେ ସ୍ୱାଗତ କରାଯାଇଥିଲା । ଏହି ସ୍ବାଗତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବୋଡ଼େନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ କୁମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷା ସଙ୍ଗୀତା ମାଝୀ, ପୂର୍ବତନ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସିଂ ନିନା, ସୁନାପୁର ସରପଞ୍ଚ ମୁକ୍ତା ରାଉତ, ଖଇରା ସରପଞ୍ଚ କୈଳାସ ଚନ୍ଦ୍ର ଦଳ, କର୍ଲା କୋର୍ଟ ସରପଞ୍ଚ ମଙ୍ଗଳ ସିଂ ଦଳ, ଏସଏମସି ମେମ୍ବର ମଝିଆ ମାଝୀ, ସମାଜ ସେବୀ ମାଲ ଖମ ନାଗ, ସ୍ଵେଚ୍ଛା ସେବୀ ଭୁବନେଶ୍ୱର ରାଉତ, ଅଧ୍ୟକ୍ଷ ଅନନ୍ତ ରାମ ମେହେର ପ୍ରମୁଖ ମଞ୍ଚାସିନ ଥିଲେ । ମଞ୍ଚ ପରିଚାଳନା  ଅନନ୍ତ ରାମ ମେହେର କରିଥିଲେ । ଅତିଥି ଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଜଣାଇଥିଲେ କି ମାଡା ଅଞ୍ଚଳରେ ସରକାର ଏହି +୨ କଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲି ଅନେକ ନିରୀହ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରତି ସହଯୋଗ କରିଛନ୍ତି । ବାସ୍ତବରେ ଅନେକ ବର୍ଷର ଆଶାକୁ  ପୂରଣ କରିଥିବାରୁ ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ରାଜ ତନ୍ତ୍ରରେ କର୍ମଚାରୀମାନେ ଯେଉଁ ଭଳି ଭାବରେ ଯୁବରାଜମାନଙ୍କୁ ବ୍ଯବହାର ପ୍ରଦର୍ଶନ କରୁଥିଲେ ଠିକ୍ ସେହିଭଳି ବର୍ତ୍ତମାନର ଗଣତନ୍ତ୍ରରେ ଛାତ୍ରଛାତ୍ରୀଙ୍କୁ ବ୍ୟବହାର ଜଣାଇଲେ ଶିକ୍ଷା ଆଗକୁ ବଢ଼ିବାରେ କୌଣସି ବାଧକ ଦେଖା ଦେବନି ବରଂ ବିଦ୍ୟାଳୟ ଶୃଙ୍ଖଳିତ ହେବା ସହ ପରିବେଶ ସନ୍ତୁଳନ ହେବାର ସମ୍ଭାବନା ବେଶୀ । ଏହି ବିଦ୍ୟାଳୟରେ +୨ କଳା ପାଇଁ ୧୨୮ ସିଟ ଥିବା ବେଳେ ୧୨୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ସାରିଛନ୍ତି l ତନ୍ମଧ୍ୟରୁ ଶତକଡା ୬୦ ଭାଗ ବାଳିକା ନାମ ଲେଖାଇଥିବା ସୂଚନା ମିଳିଛି । ବିଜୁ ଏକ୍ସପ୍ରେ ୱେ ଛାତ୍ରଛାତ୍ରୀଙ୍କ ଯିବା ଆସିବାରେ ସହଯୋଗ କରିବ । କୋମନା ବ୍ଲକର  ରଜନା, ବିଶି ବାହାଲ ପଞ୍ଚାୟତ ସମେତ ୪ ରୁ ୫ ଟି ପଞ୍ଚାୟତ ଏବଂ ବୋଡ଼େନ ବ୍ଲକର ନାଗ ପଡା, କର୍ଲା କୋଟ, ପଳସଦା, ସୁନାପୁର ଓ ଖଇରା ପଞ୍ଚାୟତର ଛାତ୍ରଛାତ୍ରୀ ଏହି ବିଦ୍ୟାଳୟ ପ୍ରତି ନିର୍ଭର କରିବେ l ତେଣୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଅଞ୍ଚଳବାସୀ ସରକାରଙ୍କ ଏହି ପଦକ୍ଷେପ ପାଇଁ ଖୁସି ଅଟନ୍ତି । ସ୍ବାଗତ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ମାନଙ୍କ ଦ୍ଵାରା ସ୍ବାଗତ କରାଯାଇଥିଲା ଓ ଛାତ୍ରଛାତ୍ରୀ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ ।