ଭବାନୀପାଟଣା(ତୁଳମଣି ନାଗ): ଆଜି ସକାଳ ୭ଟା ସମୟରରେ ୨୬ ନମ୍ବର ଜାତୀୟ ରାଜପଥ କେସିଙ୍ଗା ଅନ୍ତର୍ଗତ ଅମଠା ବେଲଗାଁ ରାସ୍ତା ଅମଠା ଛକରେ ବାଇକ୍ ଆରୋହୀଙ୍କ ଉପରେ ଓଡ଼ି ୦୩ଟି୧୯୭୩ ହାଇୱା ଟ୍ରକ ଚଡ଼ି ଯିବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ରଖାନାକୁ ସ୍ଥାନାନ୍ତର କରାଯାଇଛି l ଗୁରୁତର ଆହତ ଯୁବକ ଜଣକ କର୍ଲାମୁଣ୍ଡ ବ୍ଲକ ପିରୁମାଲ୍ ଗ୍ରାମର କ୍ଷୀରୋଦ କୁଟା ବୋଲି ଜଣାପଡିଛି l