ଅବକାରୀ ବିଭାଗ ପକ୍ଷରୁ ବଡ ଧରଣର ଚଢ଼ାଉ, ୫ ହଜାର କିଲୋ ମହୁଲପୋଚ ନଷ୍ଟ….

ଭବାନୀପାଟଣା(ତୁଳମଣି ନାଗ ): ଜୟପାଟଣା ଥାନା ଅନ୍ତର୍ଗତ ତୁମରିଖୋଲ ଜଙ୍ଗଲରେ ଜୟପାଟଣା ଅବକାରୀ ବିଭାଗ, ପୁଲିସ ଓ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ April କରାଯାଇଛି । ଏଥିରେ ବେଆଇନ ଭାବେ ପ୍ରସ୍ତୁତ କରାଯାଇଥିବା ୩ ଶହ ଲିଟର ଦେଶୀ ମଦ ସହ ୫ ହଜାର କେଜି ମହୁଲପୋଚ ନଷ୍ଟ କରାଯାଇଛି l ହେଲେ ବେଆଇନ୍ ଭାବରେ ଦେଶୀ ମଦ ତିଆରି କରୁଥିବା ଲୋକଙ୍କୁ ନ ଧରିପାରି ବିଫଳ ହୋଇଛି କଳାହାଣ୍ଡିଜିଲ୍ଲା ଓ ଜୟପାଟଣା ଅବକାରୀ ବିଭାଗ । ଚଢ଼ାଉରେ ୧୫ ଜଣ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ । ମଦ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ୪୦ ଗୋଟି ପ୍ଲାଷ୍ଟିକ ଡ୍ରମକୁ ପୁଲିସ ପୋଡି ନଷ୍ଟ କରିଥିବା ସୂଚନା ମିଳିଛି।