ଟିକାବାଲି(ସାନୁଜବେହେରା): ଟିକାବାଲି ବ୍ଲକ ନିକଟସ୍ଥ ମେଡିକାଲ ଛକରେ ଥିବା ଯାତ୍ରୀବିଶ୍ରାମ ଜନସାଧାରଣଙ୍କ ସ୍ୱାର୍ଥରେ ବ୍ୟବହାର ହୋଇ ପାରୁନ ଥିବା ଦେଖା ଦେଇଛି l ଏହା ନାମକୁ ମାତ୍ର ବିଶ୍ରାମ କିନ୍ତୁ ଏହା ବର୍ତ୍ତମାନ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି l ସାଧାରଣତଃ ଝଡ଼ି ବର୍ଷାରେ ମେଡିକାଲକୁ ଆସୁଥିବା ରୋଗୀ ଯାତ୍ରୀ ବିଶ୍ରାମ ଗାରରେ ଅଳିଆ ଆବର୍ଜନା ଥିବା ହେତୁ ଆଶ୍ରୟ ନେବା ପାଇଁ ପାଖରେ ଥିବା ପାନ କ୍ୟାବିନ ଓ ଅନ୍ୟନ୍ୟ ଦୋକାନ ଉପରେ ନିର୍ଭର କରୁ ଥିବା ଦେଖା ଦେଇଛି l ରାସ୍ତାରେ ସାଧାରଣ ଲୋକ ଗମନାଗମନ କରୁଥିବା ବେଳେ ପ୍ରବଳ ବର୍ଷା ହେଲେ ଯାତ୍ରୀ ବିଶ୍ରାମଗାରରେ ଅଳିଆ, ଗୋବର, ବିଭିନ୍ନ ଅନାବନା ଆବଶ୍ୟକ ଥିଲେ ମଧ୍ୟ ଆଶ୍ରୟ ପାଇଁ ବାଧ୍ୟ ହେଉ ଥିବା କହିଛନ୍ତି l ଏଠି ପ୍ରଶ୍ନ ଉଠେ ଯାତ୍ରୀ ବିଶ୍ରାମ ଗାର କାହା ପାଇଁ ନିର୍ମାଣ କରାଯାଇଛି ? ଜୀବଜନ୍ତୁ ପାଇଁ ନା ମଣିଷ ପାଇଁ ? ଯାତ୍ରୀ ବିଶ୍ରାମଗାରର ଅବସ୍ଥା ନ କହିବା ଭଲ l ବିଶ୍ରାମଗାରର ଛାତର କଂକ୍ରିଟ କେତେବେଳେ କାହା ଉପରେ ଖସି ପଡ଼ିବର ସମ୍ଭାବନା ରହିଛି l ତାହା କହି ହେବ ନାହିଁ l ସ୍ଥାନୀୟ ଅଞ୍ଚଳର ଲୋକ ବାରମ୍ବାର ପ୍ରଶାସନ ଓ ପଞ୍ଚାୟତରେ ଅଭିଯୋଗ କରିଥିଲେ କୌଣସି ଫରକ ପଡ଼ି ନାହିଁ l ଜନସାଧାରଣଙ୍କ ଆଶ୍ରୟ ପାଇଁ ନା ଜୀବଜନ୍ତୁ ପାଇଁ ମୁଖ୍ୟ ମେଡିକାଲ ଛକରେ ନିର୍ମାଣ ହୋଇଛି ଯାତ୍ରୀ ବିଶ୍ରାମଗାର ? ଯଦି ବିଶ୍ରାମଗାରର ଏହି ସ୍ଥିତି ବର୍ଷା ଦିନରେ ଜନସାଧାରଣ ଆଶ୍ରୟ ନେବେ କେଉଁଠି? କେବେ ସୁଧାରିବ ମେଡିକାଲ ପାଖରେ ଥିବା ଯାତ୍ରୀବିଶ୍ରାମ ଘର ପରିସ୍ଥିତି? ପ୍ରଶାସନ କେବେ ବିଶ୍ରାମ ଗାରର ମରାମତି ଓ ଅଳିଆ ଆବର୍ଜନାକୁ ପରିଷ୍କାର କରିବ ଦେଖିବାକୁ ବାକି ରହିଲା ବୋଲି ଅଞ୍ଚଳ ବାସୀ ମତପ୍ରକାଶ କରିବା ସହ ଯଥା ସମ୍ଭବ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବୀ କରିଛନ୍ତି l