ପୋଖରୀରେ ବୁଡ଼ି ଯୁବକ ମୃତ…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ର ମହାସିଂ ଗ୍ରାମର ଭକ୍ତରାମ ପୂଜାରୀ ନାମକ ଜଣେ ଯୁବକ ପୋଖରୀକୁ ଗାଧେଇବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଧେଇବାକୁ ଯାଇ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଭକ୍ତରାମ ପୂଜାରୀ ନାମକ ଯୁବକ ଆଜି ସକାଳେ ଗାଁ ନିକଟସ୍ଥ ପୋଖରୀକୁ ଗାଧେଇବାକୁ ଯାଇ ଆଉ ଫେରିନଥିଲେ l ବହୁତ ସମୟ ଭକ୍ତରାମ ଘରକୁ ନ ଫେରିବାରୁ ନିଜ ପରିବାର ଲୋକେ ଖୋଜାଖୋଜି କରିଥିଲେ l ହେଲେ କୌଣସି ସନ୍ଧାନ ନ ପାଇବାରୁ ବାଧ୍ୟ ହୋଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରେ ଖୋଜିବା ପରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ପରିବାର ଲୋକ ମୃତ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ । ଘଟଣା ସ୍ଥଳରେ ବାଲିଗୁଡା ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ପଠେଇଥିବା ସୁଛନା ମିଳିଛି ।