ଭବାନୀପାଟଣା(ତୁଳମଣି ନାଗ): ଦକ୍ଷିଣ ବନାଞ୍ଚଳ ଜୟପାଟଣା ରେଞ୍ଜ ଅଧୀନରେ ମୁଖିଗୁଡା ଠାରେ ୫ ଦିନ ଧରି ଆତଙ୍କ ଖେଳାଇ ଥିବା ଭାଲୁକୁ ଆଜି ଜୟପାଟଣା ରେଞ୍ଜ ଫରେଷ୍ଟ ବିଭାଗ ପକ୍ଷରୁ କାବୁ କରିବାରେ ସଫଳ ହୋଇଛି ବନବିଭାଗ । ସୂଚନା ଯୋଗ୍ୟ ଯେ ମୁଖୀଗୁଡା ଓଏଚପିସି ମହୁଳପାଟଣା ଘାଟି ରାସ୍ତାରେ ଭାଲୁ ବୁଲୁଥିବା ଲୋକେ ଦେଖିଥିଲେ। ପରବର୍ତ୍ତୀ ସମୟରେ (ଗୁରୁବାର )ରାତିରେ ମୁଖୀଗୁଡା ଗାଁକୁ ଭାଲୁ ଚାଲି ଆସିବା ପରେ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଲୋକେ ଭାଲୁକୁ ଦେଖି ଗୋଡ଼ାଇବା ଫଳରେ ଭାଲୁ ଓଏଚପିସିର ଏକ ଗୋଦାମ ଘରେ ପସି ଯାଇଥିଲା । ଡିଏଫ୍ଓ ଓ ଜୟପାଟଣା ବନବିଭାଗର ମିଳିତ ଉଦ୍ୟମରେ ଏହି ଭାଲୁଟିକୁ ଆଜି ଉଦ୍ଧାର କରାଯାଇଛି ।